ଏନଡିଆରଏଫ ଆରଆରସି ହବ୍ର ଶିଳାନ୍ୟାସ:ପ୍ରାକୃତିକ ବିପର୍ଯ୍ୟୟକୁ ଚ୍ୟାଲେଞ୍ଜ ଦିଆଯିବ: ଡିଜି

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାବାସୀଙ୍କ ପାଇଁ ସୋମବାର ଥିଲା ସ୍ମରଣୀୟ ଦିନ । ସଦରବ୍ଲକ ହିଡ଼ିଗାଁ ପଞ୍ଚାୟତ ଅନ୍ତର୍ଗତ ସ୍ୱାଧୀନ ପଡ଼ିଆରେ ଶିଳାନ୍ୟାସ ହୋଇଛି ଏନ୍ଡିଆରଏଫର ରିଜିଓନାଲ ରିସର୍ଚ୍ଚ ସେଣ୍ଟର(ଆରଆରସି) ହବ୍ । ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ଏହାକୁ ଅନୁÂିକ ଭାବେ ଉଦ୍ଘାଟନ କରିଛନ୍ତି । କଟକର ମୁଣ୍ଡୁଳି ପରେ ଦ୍ୱିତୀୟ ସ୍ଥାନ ଭାବେ ଏଠାରେ ଆରଆରସି ହବ୍ ଓ ବାରାକ ପ୍ରତିÂା ହେବ ।
ଉତ୍ତର ଓଡ଼ିଆରେ ଆରଆରସି ପ୍ରତିÂା ଦାବି ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲା । ଉତ୍ତର ଓଡ଼ିଶାବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସ୍ୱାଧୀନ ପଡ଼ିଆର ୩.୫୮ ଏକର ଜମିରେ ଏହି ହବ୍ ନିର୍ମାଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୬ କୋଟି ୩୧ ଲକ୍ଷ ଟଙ୍କା । ଏନ୍ଡିଆରଏଫର ୫ଟି ଟିମ୍ ଏଠାରେ ରହିବେ । ପ୍ରତି ଟିମ୍ରେ ୪୭ରୁ ୫୦ କର୍ମଚାରୀ ଓ ୩୦୦ରୁ ଊଦ୍ଧ୍ୱର୍ ଉପକରଣର ରହିବ ବୋଲି ଡିଜି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ଉତ୍ତର ଓଡ଼ିଶାରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ହେଉଛି । ବିଶେଷ କରି ବନ୍ୟା, ବାତ୍ୟା ଦ୍ୱାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଲେକେ ଅଧିକ ପ୍ରଭାବିତ ହେଉଛନ୍ତି । ଅନେକ କ୍ଷୟକ୍ଷତି ବି ହେଉଛି । ଆଗାମୀ ଦିନରେ ବଡ଼ ଧରଣର କୌଣସି ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଉତ୍ତର ଓଡ଼ିଶାର କୌଣସି ବଡ଼ ଧରଣର ବିପର୍ଯୟ ପରିସ୍ଥିତି ଉପୁଜୁଥିଲେ କଟକରୁ ଟିମ୍ ଆସୁଥିଲା । ଏଥି ପାଇଁ କିଛି ସମୟ ବି ଲାଗୁଥିଲ । ମାତ୍ର ଏଠାରେ ଆରଆରସି ହବ୍ କାର୍ଯ୍ୟକ୍ଷମ ହେବା ପରେ ସେହି ସମସ୍ୟାର ଦୂର କରାଯାଇ ପାରିବ ବୋଲି କହିଥିଲେ ।
ଉତ୍ତର ଓଡ଼ିଶା ପରେ ଆଗାମୀ ଦିନରେ ପଶ୍ଚିମଓଡ଼ିଶା ଓ ଦକ୍ଷିଣଓଡ଼ିଶାର ଏନଡିଆରଏଫ ଆରଆରସିର ହବ୍ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି । ମାତ୍ର କେବେ ଆଉ କେଉଁ ଜିଲ୍ଲାରେ ଏହା ପ୍ରତିÂା ହେବ ସେନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବା ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍ପି ବି. ଯୁଗଳ କିଶୋର କୁମାରଙ୍କ ସମେତ ଏନ୍ଡିଆରଏଫର ବହୁ ଉଚ୍ଚପଦସ୍ଥ କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons