ଭୁବନେଶ୍ବର ବିଚ୍ ରାସ୍ତାରେ ମଦ୍ୟପାନ କରି ୩ଯୁବତୀଙ୍କ ଉନ୍ମତ୍ତକାଣ୍ଡ, ଧରିନେଲା ପୋଲିସ

Get real time updates directly on you device, subscribe now.

ଭୁବନେଶ୍ବର : ମଦ୍ୟପାନ କରି ବିଚ୍ ରାସ୍ତାରେ ଯୁବତୀଙ୍କ ଉନ୍ମତ୍ତକାଣ୍ଡ । ମାରପିଟ୍ ଲାଗିଥିବା ବେଳେ ଲିଙ୍ଗରାଜ ଥାନା ପୋଲିସ ସେମାନଙ୍କୁ ଥାନାକୁ ନେଇଛି ।
ସୂଚନାଯୋଗ୍ୟ ଯେ, ଏକ ସାଣ୍ଟ୍ରୋ କାର୍ ରେ ୩ ଜଣ ଯୁବତୀ ଆସିଥିଲେ । ଭୁବନେଶ୍ବର ସ୍ଥିତ ସାମନ୍ତରାପୁର ଛକରେ ଥିବା ରିଲାଏନ୍ସ ଫ୍ରେସ୍ ସମ୍ମୁଖରେ ଗାଡି ରଖି ରାସ୍ତା ଉପରେ ମାରପିଟ ଲାଗିଥିଲେ ।
ଖବର ପାଇ ଲିଙ୍ଗରାଜ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମାରପିଟ୍ ହେଉଥିବା ଯୁବତୀମାନଙ୍କୁ କାବୁ କରିବା ସହ ଥାନାକୁ ନେଇଛି । ଯୁବତୀଙ୍କ ଗାଡିକୁ ପୋଲିସ ଜବତ କରିଛି ।
ଗାଡି ଭିତରେ ବହୁ ଖାଲି ମଦ ବୋତଲ ରହିଥିବାର ଦେଖାଯାଇଛି । ଟ୍ରାଫିକ୍ ଜାମ୍ ହେବାରୁ ପବ୍ଲିକ୍ ଜମା ହୋଇ ସେମାନଙ୍କୁ ରୋକିବାରୁ ସମ୍ପୃକ୍ତ ଯୁବତୀମାନେ ଲୋକଙ୍କୁ ଗାଳି କରିବା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons