ବାଇକକୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ : ବାଇକ୍ ଆରୋହୀ ମୃତ

Get real time updates directly on you device, subscribe now.

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଧଳପୁର-ପୁରୁଣାକଟକ ପୂର୍ତ୍ତ ରାସ୍ତାର ଧଜିଆ ବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ପଛପଟୁ ପିଟିଲା ମ୍ୟାକ୍ସ ପିକଅପ ଭ୍ୟାନ୍। ଘଟଣାସ୍ଥଳରେ ବାଇକ ଆରୋହୀର ମୃତ୍ୟୁ ଘଟିଛି । ମୃତକ ହେଲେ ପୁରୁଣାକଟକ ରଥସାହିର ହେମନ୍ତ ରାଜହଂସ ।
ସେ କୌଣସି ଏକ କାମରେ ପାଖ ଗାଁ ଉଦୟପୁରକୁ ଯାଉଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ତେବେ ଦୁର୍ଘଟଣା ଘଟାଇଥିବା ମ୍ୟାକ୍ସ ପିକଅପ ଭ୍ୟାନ୍ ଫେରାର ହୋଇ ଯାଇଛି । ଘଟଣା ସ୍ଥଳରେ ପୋଲିସ ପଂହଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଈଁ ବୌଦ୍ଧ ପଠାଇ ଥିବା ବେଳେ ଘଟଣା ସ୍ଥଳରେ ପୋଲିସ୍ ଅଧିକ ତଦନ୍ତ ଜାରୀ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons