ବ୍ରହ୍ମପୁର: ବ୍ରହ୍ମପୁର ଗୋସାଣୀ ନୂଆଗାଁରୁ ଶିଶୁ ଚୋରି ଅଭିଯୋଗ ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ଏହାସହ ଚୋରି ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇଥିବା ବେଳେ ୩୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡିଛି ।
ଗତ ୨୦ ତାରିଖରେ ଜଣେ ଏରଗୋଲା ମହିଳାଙ୍କ ପିଲା ଚୋରି ହୋଇଥିଲା । ଗୋସାଣୀ ନୂଗାଁ-ଲାଞ୍ଜିପଲି ଓଭରବ୍ରିଜ ତଳୁ ରାତିରେ ଶୋଇଥିବା ବେଳେ ଶିଶୁକୁ ଚୋରି କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ଦୁଇଜଣ ପିଲା ଚୋର, ଜଣେ ମଧ୍ୟସ୍ଥି ଓ କିଣିଥିବା ଲୋକଙ୍କୁ ଗିରଫ କରିଛି ଗୋସାଣୀ ନୂଆଗାଁ ପୋଲିସ ।
Comments are closed, but trackbacks and pingbacks are open.