ଭବାନୀପାଟଣା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ୧୮ କିମି ଦୂର ଜୁନାଗଡ଼ ଜାରିଂ ଜଙ୍ଗଲରେ ଗତ ୧୪ ତାରିଖ ଦିନ ଜଣେ ଯୁବତୀଙ୍କୁ ଗଣ ବଳାକ୍ରାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗତକାଲି ରାତିରେ ପୀଡ଼ିତା ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ କଳାହାଣ୍ଡି ପୁଲିସ ତତ୍ପରତା ପ୍ରକାଶ କରି ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଜେରା କରୁଛି । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନେତୃତ୍ୱରେ ପୁଲିସ ତିନୋଟି ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ୟାପକ ପ୍ରୟାସ ଚଳାଇଛି । ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ମିଳିଥିବା ସୂଚନାନୁଯାୟୀ ଗତ ୧୪ ତାରିଖ ଦିନ ଭବାନୀପାଟଣାରେ ଏଏନ୍ଏମ୍ ତାଲିମ ନେଉଥିବା ଜଣେ ଯୁବତୀ ଘରକୁ ଯିବା ପାଇଁ ବସ୍ ଅପେକ୍ଷାରେ ରହିଥିଲେ । ତେବେ ବସ୍ ଫେଲ ହେବାରୁ ତାଙ୍କ ଅଞ୍ଚଳର ଜଣେ ଯୁବକ ତଥା ସୁଭଦ୍ରା ବସର ଡ୍ରାଇଭର ନରେନ୍ଦ୍ର କୁମାର ଶବରଙ୍କ ସହ ଦିନ ପ୍ରାୟ ଗୋଟାଏ ବେଳେ ତାଙ୍କ ବାଇକରେ ଧର୍ମଗଡ଼ ଅଭିମୁଖେ ବାହାରିଥିଲେ । ତେବେ ଭବାନୀପାଟଣାରୁ ୨୬ନମ୍ବର ଜାତୀୟ ରାଜପଥ ଜାରିଂ ଜଙ୍ଗଲ ନିକଟରେ ପୀଡ଼ିତା ଯୁବତୀ ଓ ତାଙ୍କୁ ରାସ୍ତାରେ ୪ଜଣ ଯୁବକ ଅଟକାଇଥିଲେ । ଏହି ଦୁର୍ବୃତ୍ତମାନେ ଛୁରି ଦେଖାଇ ଯୁବତୀଙ୍କୁ ରାସ୍ତାକଡ଼ରେ ଥିବା ଜଙ୍ଗଲକୁ ନେଇ ୬ରୁ ୭ଜଣ ମିଶି ବଳାକ୍ରାର କରିଥିଲେ । ତେବେ ବଳାକ୍ରାର କରିଥିବା ଅଭିଯୁକ୍ତମାନେ ଘଟଣା ଦିନ ସୁଟିଂ କରିଥିବା ଭିଡ଼ିଓକୁ ଗତକାଲି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଏହାପରେ ଲୋକଲଜ୍ଜା ଯୋଗୁଁ ପୀଡ଼ିତା ଯୁବତୀ ଜଣକ ଜୁନାଗଡ଼ ଥାନାରେ ଏ ସମ୍ପର୍କରେ ଏତଲା ଦେଇଥିଲେ । ପୀଡ଼ିତାଙ୍କ ଏତଲାକୁ ଭିତ୍ତିକରି ଏବଂ ଗଣ ବଳାକ୍ରାର ମାମଲାର ସମ୍ବେଦନଶୀଳତାକୁ ବିଚାର କରି ଆଜି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ନିଜେ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ପୀଡ଼ିତାର ବୟାନ ଅନୁଯାୟୀ ତାଙ୍କୁ ଭବାନୀପାଟଣାରୁ ଧର୍ମଗଡ଼ ନେଇଯାଉଥିବା ନରେନ୍ଦ୍ର ଶବର(ବସ ଡ୍ରାଇଭର)ଙ୍କୁ ଥାନାରେ ଅଟକ ରଖିଛି । ଏସପିଙ୍କ ନିଦେ୍ର୍ଧଶକ୍ରମେ ଘଟଣାର ତଦନ୍ତ ପାଇଁ ତିନୋଟି ସ୍କ୍ୱାଡର଼୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ତଦନ୍ତ ଚଳାଇଛନ୍ତି । ଏସପି ନିଜେ ତଦନ୍ତର ନେତୃତ୍ୱ ନେଇଛନ୍ତି ।
ଆଜି ପୁଲିସ ସନ୍ଦିଗ୍ଧ ଡ୍ରାଇଭର ନରେନ୍ଦ୍ର ଶବରକୁ ନେଇ ଜାରିଂ ଜଙ୍ଗଲରେ ଘଟିଥିବା ସ୍ଥାନକୁ ଯାଇ ଘଟଣାର ଛାନବିନ କରିଛି । ଏସପି ଶ୍ରୀ ଗଙ୍ଗାଧର ନିଜେ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତର ତଦାରଖ କରୁଛନ୍ତି । ଜୁନାଗଡ଼ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଗଣ ବଳାକ୍ରାର ଘଟଣାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.