ଟିଟିଲାଗଡ଼,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ହାଟପଦାର ଜଣେ ବିବାହିତା ମହିଳାଙ୍କୁ ବଳାକ୍ରାର ଓ ହତ୍ୟା ମାମଲାର ବିଚାର କରି ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରାଜେଶ ନାୟାର ଅଭିଯୁକ୍ତ ପ୍ରଦୀପ ଗହୀରକୁ ଆଜୀବନ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଦୁଇବର୍ଷରୁ ଅଧିକ କାରାବାସ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି ।
୨୦୧୩ ମସିହା ଜାନୁଆରୀ ୯ ତାରିଖରେ ଟିଟିଲାଗଡ଼ ଠାରୁ ୧୨ କିମି ଦୂର ଡୁମେରବାହାଲ ଜଙ୍ଗଲରେ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା କିଛି ଲୋକ ଜଙ୍ଗଲ ଭିତରେ ଜଣେ ମହିଳାଙ୍କ ଉଲଗ୍ନ ଶବ ଏକ ଗଛରେ ବନ୍ଧା ହୋଇ ରହିଥିବା ଦେଖିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ମହିଳା ଜଣକଙ୍କ ପରିଚୟ ମିଳିପାରି ନଥିଲା । ମହିଳାଙ୍କୁ ଅମାନୁଷିକ ଭାବେ ବଳାକ୍ରାର ପରେ ହତ୍ୟା କରାଯାଇଥିବା ସନେ୍ଦହ କରାଯାଇଥିଲା । ମୃତକଙ୍କ ପାଖରେ ନୀଳରଙ୍ଗର ଏକ ସାଲୱାର ଏବଂ ନାରଙ୍ଗୀ ରଙ୍ଗର ପଞ୍ଜାବୀ ଡ୍ରେସ ପଡିଥିଲା । ମହିଳାଙ୍କ ମୁହଁକୁ ପଥରରେ ଛେଚି ଦେବା ସହ ଓଢଣୀରେ ବେକକୁ ଏକ ଗଛ ସହିତ ବାନ୍ଧି ଦେଇଥିବା ଦେଖିବାକୁ ମିଳିଥିଲା । ପାରିପାଶ୍ୱିର୍କ ପରିସ୍ଥିତିରୁ ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୁଲିସ ସନେ୍ଦହ କରିଥିଲା । ଟିଟିଲାଗଡ଼ ପୁଲିସ ଦୁଇଟି ଟିମ ଗଠନ କରି ଦୀର୍ଘ ୨୭ ଦିନ ପରେ ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କର୍ଲାସଡା ଗାଁର ପ୍ରଦୀପ ଗହୀର (୩୨)କୁ ତାଙ୍କ ଶ୍ୱଶୁର ଘର ସିହିଁନୀ ଗାଁରୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ପ୍ରଦୀପ ଦୋଷ ସ୍ୱୀକାର କରିଛି । ଜଜ୍ ଡିଏନଏ ଓ ପୋଷ୍ଟମାର୍ଟମ ରିପୋର୍ଟ, ପୁଲିସର ତଦନ୍ତ ରିପୋର୍ଟ ସମେତ ବିଭିନ୍ନ ଦସ୍ତାବିଜ୍ ଓ ୨୭ ଜଣ ସାକ୍ଷ୍ୟଙ୍କ ବୟାନକୁ ଆଧାର କରି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା, ୨୦୧ ଧାରାରେ ପ୍ରମାଣ ନଷ୍ଟ କରିଥିବାରୁ ୫ ବର୍ଷ କାରାଗାର ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟରେ ୨ ମାସ ଅଧିକା କାରାବାସରେ ଦଣ୍ଡିତ କରିଥିବା ଆଜି ତାଙ୍କ ୪୧ ପୃÂା ରାୟରେ ପ୍ରକାଶ କରିଛନ୍ତି । ଏଥିସହ ମୃତକାଙ୍କ ପୁଅ ଓ ଝିଅକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ବଲାଙ୍ଗୀର ଆଇନ ସେବା ପ୍ରାଧିକରଣକୁ ନିଦେ୍ର୍ଧଶ ଦେଇଛନ୍ତି ।
Comments are closed, but trackbacks and pingbacks are open.