ଭାଇର ଗୁହାଳ ଚାଳିରେ ଜୀବନ କାଟୁଛି ବିଧବା ଭଉଣୀ

Get real time updates directly on you device, subscribe now.

ଗୋପବନ୍ଧୁନଗର,(ବି.ବି.ନୁ୍ୟଜ୍):ନାଁ ଅଛନ୍ତି ପିଲାପିଲି, ନା ଅଛନ୍ତି ସ୍ୱାମୀ । ଅସହାୟ ଭାବେ ନିରାଶ୍ରୟ ହୋଇଛନ୍ତି ଶକୁନ୍ତଳା ପାତ୍ର । ସରକାରୀ ଯୋଜନା ଠିକ୍ ଜାଗାରେ ପହଞ୍ଚô ପାରୁନାହିଁ । ସରକାରୀ ସାହାଯ୍ୟ ପାଇବା ପରେ ନିଜ ଟଙ୍କା ମିଶାଇ ରାଜମହଲ ବନାଇ ପାରୁଥିବା ହିତାଧିକାରୀ ଏଠି ଉପକୃତ ହେଉଛି । ବାଟ ହୁଡ଼ି ଚାଲି ଯାଉଛି । ସରକାରୀ ସାହାଯ୍ୟ ସୂଚାଉଥାଏ କି ଗୋପବନ୍ଧୁନଗର ବ୍ଲକ୍ କୁଆମରା ପଞ୍ଚାୟତ ଅନ୍ତର୍ଗତ ଚିଲିମା ୧ ନଂ ୱାର୍ଡର ଶକୁନ୍ତଳା ପାତ୍ର(୪୫) । ଦୀର୍ଘ ୨୦ ବର୍ଷ ହେଲା ବିଧବା ଭାବେ ଜୀବନଯାପନ କରୁଛନ୍ତି । ତାଙ୍କର ସଂସାର କହିଲେ କହେି ନାହିଁ । ସେ ଜଣେ ନିଃସନ୍ତାନ । ଏଣେତେଣେ କାମ କରି ପେଟ ପୋଷୁଛନ୍ତି । ସରକାରୀ ସାହାଯ୍ୟ କହିଲେ ୫୦୦ ଟଙ୍କା ଭତ୍ତା ଆଉ ୫ କିଲୋ ଚାଉଳ । ତେବେ ନିଜ ମୁଣ୍ଡ ଗୁଞ୍ଜିବା ପାଇଁ ସେ ଭାଇର ଘର ପଛ ବାରଣ୍ଡା ଓଳିରେ ଥିବା ଗୁହାଳ ଘର ନିକଟରେ ଦିନ କାଟୁଛି । ସେଇଥିରେ ବି ବର୍ଷା ପାଣି ପଡ଼ି ପାଦ ପକାଇବାକୁ ଆଶ୍ରା ନାହିଁ । ରାତିଦିନ ଚନ୍ଦ୍ର ସୂର୍ଯ୍ୟ ଦେଖିଥିବା ଲୋକଟି କେମିତି ଦିନ କାଟୁଛି ତାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି । ତେଣୁ ଏଥିପ୍ରତି ତପôରତା ପ୍ରକାଶ କରି ଏହି ଅସହାୟ ବିଧବାକୁ ସରକାରୀ ଆବାସଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons