ଚିତ୍ରକୋଣ୍ଡା: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ଜି. କେ. ବିଧି ଥାନା ଅନ୍ତର୍ଗତ ମାଡ଼ିଗାମାଲୁ ଠାରୁ ପ୍ରାୟ ୫ କିଲୋମିଟର ଦୂର ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି।
ଗତକାଲି ସନ୍ଧ୍ୟାରେ ଏହି ଗୁଳିବିନିମୟ ହୋଇଥିଲା। ସିପିଆଇ ମାଓବାଦୀ ପକ୍ଷରୁ ସେପ୍ଟେମ୍ୱର ୨୧ରୁ ୨୮ ତାରିଖ ଯାଏ ପ୍ରତିଷ୍ଠା ସପ୍ତାହ ପାଳନ କରାଯାଉଥିବା ବେଳେ ଗତକାଲି ଆନ୍ଧ୍ର ଗ୍ରେହାଉଣ୍ଡ ଓ ସ୍ପେଶାଲ୍ ପ୍ରୋଟେକ୍ସନ ଫୋର୍ସ ମିଳିତ ଭାବେ ଏହି ଅପରେସନ୍ କରିଥିଲେ। ଏହି ଅପରେସନ୍ ପରେ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି। ଏଥିସହ ଓଡ଼ିଶା ପୁଲିସ୍ ଓଡ଼ିଶା ସୀମାକୁ ସିଲ୍ କରିଦେଇଛି।
Comments are closed, but trackbacks and pingbacks are open.