କୋରାପୁଟ,(ବି.ବି.ନୁ୍ୟଜ୍): ଏଥର ଲମତାପୁଟ ବ୍ଲକର ପ୍ରତିÂିତ ପର୍ଯ୍ୟଟନସ୍ଥଳି ଡୁଡୁମାରୁ ଶୁଭାରମ୍ଭ ହେବ ଜିଲ୍ଲା ଲୋକ ମହୋତ୍ସବ “ପରବ-୨୦୧୯’ । ଅକ୍ଟୋବର ୨୦ରେ ଏହା ଆରମ୍ଭ ହେବ । ରାଜ୍ୟସ୍ତରୀୟ ମୁଖ୍ୟ ସମାରୋହ ହେବ ନଭେମ୍ବର ୧୬, ୧୭ ଓ ୧୮ରେ । ତିନିଦିନ ଧରି ଏହା କୋରାପୁଟ ସଦର ମହକୁମାରେ ଆୟୋଜିତ ହେବ । ବଡ଼ କଥା ହେଲା, ଚଳିତବର୍ଷ ପଞ୍ଚାୟତସ୍ତରରେ ବି ଏହି ମହୋତ୍ସବ ପାଳନ କରାଯିବ । ପର୍ଯ୍ୟଟନର ବିକାଶ ସାଙ୍ଗକୁ ପଞ୍ଚାୟତସ୍ତରରୁ ପ୍ରତିଭା ଅନ୍ୱେଷଣ କରାଯିବ ବୋଲି ଏଠାରେ ଆୟୋଜିତ ପରବ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତ ସ୍ତରରେ ପରବ ପାଳନ ଲାଗି ବ୍ଲକ ପରବ କମିଟି ନିଷ୍ପତ୍ତି ନେବ । କିନ୍ତୁ ଜିଲ୍ଲା ପରବ କମିଟି ପକ୍ଷରୁ ଅର୍ଥ ପ୍ରଦାନ କରାଯିବ ।
ଗତ କିଛି ବର୍ଷ ହେଲା ପରବ ମହୋତ୍ସବ ସରକାରୀ ମହୋତ୍ସବରେ ପରିଣତ ହୋଇଥିଲା । ପଞ୍ଚାୟତସ୍ତରରୁ ପ୍ରତିଭା ଅନ୍ୱେଷଣ ବନ୍ଦ ରହିଥିଲା । ବ୍ଲକସ୍ତରରେ ପରବ ପାଳନ କରାଯାଇ ପରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ମୁଖ୍ୟ ସମାରୋହ ଆୟୋଜନ କରାଯାଉଥିଲା । ଏଥର କିନ୍ତୁ ପରବକୁ ବ୍ୟାପକ କରାଯିବ । ପଞ୍ଚାୟତସ୍ତରରେ ପ୍ରତିଭା ଚିହ୍ନଟ ପରେ ବ୍ଲକ ଏବଂ ପୌରାଞ୍ଚଳସ୍ତରରେ ଏହାକୁ ପାଳନ କରାଯିବ । ମହୋତ୍ସବରେ ଏଥର କୋରାପୁଟର କଫି ପ୍ରଚାରକୁ ଗୁରୁତ୍ୱ ଦିଆଯିବ । ପୂର୍ବବର୍ଷ ଭଳି ମାରାଥନ, ସାଇକେଲ ରାଲି, କବି ସମ୍ମିଳନୀ, କଲେଜସ୍ତରରେ କୁଇଜ, ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା କରାଯିବ । ବ୍ଲକ ଓ ଜିଲ୍ଲାସ୍ତରୀୟ ସାଂସ୍କୃତିକ ଏବଂ କ୍ରୀଡ଼ା ପ୍ରତିଯୋଗିତା ଅନୁÂିତ ହେବ । ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର ।
ପରବ କମିଟିରେ ସବୁ ବର୍ଗଙ୍କୁ ସାମିଲ କରାଯିବ । ପୁରୁଣା ଏବଂ ନୂଆ ସଦସ୍ୟଙ୍କୁ ସାମିଲ କରାଯିବ । ଯେଉଁମାନେ ବଦଳି ହୋଇଥିବେ, ସେମାନଙ୍କ ସ୍ଥାନରେ ସମ୍ପୃକ୍ତ ବିଭାଗ ନୂତନ ଅଧିକାରୀଙ୍କୁ ସ୍ଥାନଦେବ । ଆଦିବାସୀ ଗୀତିକାର ଓ ସଂଗୀତକାରମାନଙ୍କ ସହିତ ସାମ୍ବାଦିକ ଏବଂ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପ୍ରତିÂିତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ । ରାଜ୍ୟସ୍ତରୀୟ ମୁଖ୍ୟ ସମାରୋହରେ ଜାତୀୟସ୍ତରର କଳାକାରଙ୍କ ସହ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ କଳାକାରମାନେ ଯୋଗଦେବେ । ଏହାଦ୍ୱାରା ବାହାର ଏବଂ ସ୍ଥାନୀୟ କଳାକାରମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିବ ଏବଂ ନିଜ ନିଜ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଘଟିପାରିବ । ପରବ ପରିଚାଳନାରେ ସହଯୋଗ କରିବେ ବିଭିନ୍ନ କମିଟି । ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁÂିତ ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ି, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ଷାନୀ, ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିଦେ୍ର୍ଧଶକ ଭବାନୀ ଶଙ୍କର କାଲୋ , ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଅଧ୍ୟାପକ ରବି ଶତପଥୀ, ଜଳଧର ସ୍ୱାଇଁ ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀୟ ବହୁ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଗତବର୍ଷ ପରବରେ ହୋଇଥିବା ଆୟବ୍ୟୟର ହିସାବ ଦେଇଥିଲେ । ଗତବର୍ଷ ୯୯ ଲକ୍ଷ ୫୨ ହଜାର ୯୬୪ ଟଙ୍କା ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିଲା । ମହୋତ୍ସବ ପାଳନରେ ୫୨ ଲକ୍ଷ ୫୨ ହଜାର ୧୩୦ ଟଙ୍କା ବ୍ୟୟ ହୋଇଥିବା ସେ ସୂଚନା ଦେଇଥିଲେ ।
Comments are closed, but trackbacks and pingbacks are open.