ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ଡାକ୍ତରଖାନାମାନଙ୍କରେ ଦଲାଲମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏବେ ଚାଲିଛି ଧରପଗଡ଼। ୨ ଦିନରେ ରାଜ୍ୟର ୩ ମେଡିକାଲରୁ ୧୪ ଦଲାଲ ଗିରଫ କରାଗଲାଣି। ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ୪ ଦଲାଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲରୁ ଏବଂ ବଲାଙ୍ଗିର ମେଡିକାଲ କଲେଜରୁ ୫ ଜଣ ଲେଖାଏଁ ଦଲାଲ ଗିରଫ ହୋଇଛନ୍ତି ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ପ୍ରଶାସନ। ଆଜି ସକାଳେ ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜରେ ଚଢଉ କରି ୫ ଦଲାଲଙ୍କୁ ଗିରଫ କରିଛି ବୁର୍ଲା ପୋଲିସ। ସେହିପରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରୁ ମଧ୍ୟ ୫ ଦଲାଲ ଗିରଫ ହୋଇଛନ୍ତି ।
ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ୪ ଦଲାଲଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲକୁ ଦଲାଲମୁକ୍ତ କରିବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପୋଲିସ ପକ୍ଷରୁ ଏହି ଚଢାଉ କରାଯାଉଛି ।
Comments are closed, but trackbacks and pingbacks are open.