ମ.ରାମପୁର,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ସଦର ବସ୍ଷ୍ଟାଣ୍ଡରେ ଗୁରୁବାର ଜଣେ କଲେଜ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଗତକାଲି ରାତିରେ ହିଁ ବୁର୍ଲା ନେବା ବାଟରେ ଛାତ୍ରୀଙ୍କ ମୃତୁ୍ୟ ହୋଇଛି ।
ମ.ରାମପୁର ବ୍ଲକ୍ ଅଲାତରା ଗାଁର ଜଣେ ଛାତ୍ରୀ ପ୍ରତିଦିନ ଭଳି ଗତକାଲି ମଧ୍ୟ ଘରୁ ମ.ରାମପୁର କଲେଜକୁ ଆସିଥିଲେ । କଲେଜରୁ ଘରକୁ ଫେରୁଥିବାବେଳେ ମ.ରାମପୁର ବସଷ୍ଟାଣ୍ଡରେ ଛାତ୍ରୀଜଣକ ବିଷ ପିଇ ଦେଇଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଦୁଇଜଣ ଯୁବକ ମେଡିକାଲରେ ଭର୍ତ୍ତି କରିଥିଲେ । ଛାତ୍ରୀଙ୍କ ବାପା ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ସତ୍ତେ୍ୱ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହୋଇ ନଥିଲା । ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ବୁର୍ଲା ସ୍ଥାନାନ୍ତର କରିଥିଲେ । ବୁର୍ଲା ନେବା ବାଟରେ ବଲାଙ୍ଗୀର ନିକଟରେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବଲାଙ୍ଗୀର ଡାକ୍ତରଖାନାରେ ହିଁ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ଅପରାହ୍ନରେ ଶବ ସକ୍ରାର କରାଯାଇଥିଲା ।
ଗତକାଲି ଛାତ୍ରୀ ଜଣଙ୍କ କଲେଜରୁ ବସଷ୍ଟାଣ୍ଡକୁ ଫେରବା ବେଳେ ତାଙ୍କ ସହ ଆଉ ଦୁଇ ଯୁବକ ମଧ୍ୟ ଉପସ୍ଥିତ ଥିଲେ । ସେଥିମଧ୍ୟରୁ ଜଣେ ଯୁବକ ସହ ଛାତ୍ରୀଙ୍କ କିଛି କଥା କଟାକଟି ହୋଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ପରେ ଛାତ୍ରୀ ଜଣକ କୌଣସି ଏକ କୀଟନାଶକ ଔଷଧ ଦୋକାନରୁ ରିଫନ ନାମକ ଔଷଧ କିଣି ଆଣି ହାତରେ ଧରିଥିଲେ । ଔଷଧ ଦେଖି ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ତାଙ୍କୁ ଏ ବିଷୟରେ ପଚାରିଥିଲେ ମଧ୍ୟ । ତେବେ ଏହା କଦଳୀ ଚାଷରେ ଦେବାକୁ କିଣି ନେଉଥିବା ଛାତ୍ରୀ ଉତ୍ତର ଦେଇଥିଲେ । ହେଲେ କିଛି ସମୟ ପରେ ସେ ବୋତଲରୁ ଅଧା ପିଇଯାଇଥିଲେ । ଔଷଧ ପିଇବା ଦେଖି ତୁରନ୍ତ ଦୁଇ ଯୁବକ ଛାତ୍ରୀଙ୍କୁ ମ.ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
Comments are closed, but trackbacks and pingbacks are open.