କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର : ପୋଲିସ ଗୁଳିରେ ଜଣେ ଅପରାଧୀ ଗୁରୁତର, ୪ ଫେରାର

Get real time updates directly on you device, subscribe now.

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର । ଗରାପୁର ଭିଜିଲାନ୍ସ ଅଫିସ୍‌ ନିକଟରେ ପୋଲିସର ଏନକାଉଣ୍ଟର ହୋଇଛି । ପୋଲିସ ଓ ଡକାୟତି ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଫେରାର୍‌ ହୋଇଯାଇଛନ୍ତି । ଗୁରୁତର ଡକାୟତ ହୃଷିକେଶ ମଲ୍ଲିକକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଳି ଜୁଆଁଣିଆ ଅଞ୍ଚଳରେ ଜଣଙ୍କ ଘରୁ ଡକାୟତି କରି ଫେରାର୍ ହେଉଥିଲେ ଗ୍ୟାଙ୍ଗ୍‌ । ସେମାନଙ୍କ ନିକଟରୁ ଓଡି୦୨ଓ୍ବାଇ-୧୮୨୧ ନମ୍ବର ବିଶିଷ୍ଟ ଇଣ୍ଡିଗୋ ଗାଡି ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ଜିଲ୍ଲାର ଆଳି ଥାନା ଅଞ୍ଚଳରୁ ଗତ ରାତିରେ ଏକ ବଡ଼ ଧରଣର ଡକାୟତି କରି ଫେରାର ହେବାରେ ସଫଳ ହୋଇଥିବା ଡକାୟତି ଗ୍ୟାଙ୍ଗକୁ ଏନକାଉଣ୍ଟର କରିଛି କେନ୍ଦ୍ରାପଡା ପୋଲିସ । ଡକାୟତ ମାନେ ଡକାୟତି କରି ଏକ ଇଣ୍ଡିଗୋ କାର ସାହାଯ୍ୟରେ ଆଳିରୁ କେନ୍ଦ୍ରାପଡ଼ା ଆସୁଥିବା ଖବର ପାଇ ପୋଲିସ ବିଭିନ୍ନ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ ଅପରାଧୀମାନେ ପୋଲିସକୁ ଚକମା ଦେଖାଇ ଫେରାର ହେବାପାଇଁ ଉଦ୍ୟମ କରୁଥିବା ବେଳେ ଆଳି ପୋଲିସ ଗୁଳି ଚଳାଇଥିବା ସୂଚନା ମିଳିଛି। ଏହି ଗୁଳିମାଡରେ ଡକାୟତମାନଙ୍କ ମଧ୍ୟରୁ ଜଣେ ଡକାୟତର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଚାରି ଜଣ ଫେରାର ହେବାରେ ସଫଳ ହୋଇଛନ୍ତି। ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସଦର ପୋଲିସ ଡକାୟତମାନେ ବ୍ୟବହାର କରିଥିବା ଗାଡିକୁ ଜବତ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons