ବନ୍ଧୁଗାଁ,(ବି.ବି.ନୁ୍ୟଜ୍): ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡା ପଞ୍ଚାୟତ ହାତୀଗାଡା ଗାଁରେ ବର୍ଷାରେ ଜଣଙ୍କ ଘର ସମ୍ପୂର୍ଣ୍ଣ ଭୁଶୁଡିÿ ଯାଇଛି । କିନ୍ତୁ ଘରେ ଥିବା ପରିବାରର ୪ଜଣ ଅଳ୍ପକେ ବର୍ଞ୍ଚିଯାଇଛନ୍ତି । ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି ଗାଁର ନିମାଲପୁରୀ ବୁଚିଆମ୍ମାଙ୍କ ପରିବାର । ଘର ଭୁଶୁଡ଼ିବା ପରେ ବିପନ୍ନମାନେ ରାତିତମାମ ପଡୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଇଥିଲେ । ତୁରନ୍ତ ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ୬ ମାସ ତଳେ ବୁଚିଆମ୍ମାଙ୍କ ପରିବାରକୁ ଇନ୍ଦିରା ଆବାସରେ ଘର ନିର୍ମାଣ କରିବା ଲାଗି କାର୍ଯ୍ୟାଦେଶ ପାଇଥିଲେ । କାର୍ଯ୍ୟାଦେଶ ପାଇବା ପରେ ପରିବାର ଲୋକେ ଗାଁରେ ଏକ ସ୍ଥାନରେ ଖୁଣ୍ଟ ସହାୟତାରେ ଅସ୍ଥାୟୀ କୁଡିଆ କରି ରହି ଆସୁଥିଲେ । ଖୁଣ୍ଟଗୁଡିକ ଉଇ ଖାଇ ଦୁର୍ବଳ ହୋଇଯାଇଥିଲା । ଶୁକ୍ରବାର ରାତି ୯ଟା ୧୫ରେ ବର୍ଷା ହେବାରୁ ଗୋଟିଏପଟ ଖୁଣ୍ଟ ଭାଙ୍ଗି ଯାଇଥିଲା । ଫଳରେ କୁଡିଆଟି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିଲା । ପରିବାରର ୪ସଦସ୍ୟ ଅଳ୍ପକେ ରକ୍ଷା ପାଇଯାଇଥିଲେ ହେଁ ଘରେ ଥିବା ୭ଟି କୁକୁଡା ମରିଯାଇଛନ୍ତି ଏବଂ ଆସବାବପତ୍ର ଭାଙ୍ଗି ନଷ୍ଟ ହୋଇଯାଇଛି । ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
Comments are closed, but trackbacks and pingbacks are open.