ଝାରସୁଗୁଡା : ମୋ ସରକାର ଓ ସରକାରଙ୍କ ୫ଟି ଯୋଜନା ଲାଗୁ ହେବା ପୂର୍ବରୁ ଏହାର ଶିକାର ହେଲେ ପୋଲିସ ବାବୁ । ଝାରସୁଗୁଡା ଜିଲ୍ଲା ବନହରପାଲି ଥାନାର ଏଏସ୍ଆଇ ପରୀକ୍ଷିତ ସାହୁ ସସ୍ପେଣ୍ଡ ହୋଇଛନ୍ତି । କୋର୍ଟରୁ ରିଲିଜ୍ ଅର୍ଡର ନେଇ ଜବତ ହୋଇଥିବା ଏକ ସ୍କ୍ରାପ୍ ବୋଝେଇ ଗାଡି ଛାଡିବାକୁ ଅର୍ଥ ଦାବି କରୁଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ୍ ହେବା ପରେ ଏସ୍ପି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ଆଜି ଏସ୍ପି ଅଶ୍ବିନୀ ମହାନ୍ତି ଏଏସ୍ଆଇଙ୍କୁ ସସପେଣ୍ଡ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୁର୍ନୀତି ମୁକ୍ତ ଶାସନ ଓ ସେବା ପାଇଁ ସେ ବଦ୍ଧପରିକର ବୋଲି କହିଛନ୍ତି।
Comments are closed, but trackbacks and pingbacks are open.