ବ୍ରହ୍ମପୁର: କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦୂତପୁରୀ କଲୋନୀରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ବୁଡୁ ପାଢ଼ୀ (୪୫)। ତାଙ୍କ ଘର ଶକ୍ତି ନଗର ଅଞ୍ଚଳରେ।
ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ବୁଡୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଦୂତପୁରୀ କଲୋନୀରେ ଥିବା ଏକ ପରିତ୍ୟକ୍ତ କୂଅରେ ଭାସୁଥିବା ଦେଖି ଲୋକେ ପୁଲିସ୍କୁ ଖବର ଦେଇଥିଲେ।ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ବୈଦ୍ୟନାଥପୁର ପୁଲିସ୍ ଘଟଣାର ତଦନ୍ତ କରୁଛି।


Comments are closed, but trackbacks and pingbacks are open.