ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ ବାବୁ

Get real time updates directly on you device, subscribe now.

ବାଲିପାଟଣା: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ୍ ବାବୁ । ଦଶ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ । ସହିଦ ନଗର ସ୍ଥିତ ଏକ ଶୋରୁମ୍ ରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ଟିମ୍ ଦେବେନ୍ଦ୍ରଙ୍କୁ ଧରିଛି ।
ଚୋରା ସାମଗ୍ରୀ ଚାଲାଣ ରେ ଜବତ ହୋଇଥିବା ଏକ ଗାଡ଼ିକୁ ଛାଡିବା ପାଇଁ ଦେବେନ୍ଦ୍ର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସର ଅଧିକାରୀମାନେ ଘଟଣାସ୍ଥଳରୁ ଧରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons