ଯୁବପିଢ଼ିଙ୍କ ବିନା ନୂଆ ଭାରତ କଳ୍ପନା ଅସମ୍ଭବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ବଡ଼ଗାଁ,(ବି.ବି.ନୁ୍ୟଜ୍): ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ୧ ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି ବୋଲି ଆଜି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ରେ ଭାରତ ସ୍କାଉଟ ଏବଂ ଗାଇଡ୍ସ ରାଷ୍ଟ୍ରୀୟ ମୁଖ୍ୟାଳୟ ପକ୍ଷରୁ ରୋଭର୍ସ ଓ ରେଞ୍ଜର୍ସଙ୍କ ପାଇଁ ଆୟୋଜିତ ହେଉଥିବା ଯୁବ ଫୋରମ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ବର୍ତ୍ତମାନ ପ୍ରତିଟି କ୍ଷଣରେ ଲୋକମାନେ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି । ତେବେ ଯୁବପିଢ଼ିମାନେ ଏବେ ଭବିଷ୍ୟତକୁ ଦେଖି ନୂଆ ଭାରତ ଗଢ଼ିବାର କଳ୍ପନା କରିବାର ଦରକାର । ଯୁବବର୍ଗ ହିଁ ଭାରତକୁ ବିଶ୍ୱର ଅଗ୍ରଣୀ ଦେଶ ଭାବେ ବନାଇବା ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସିକା ଭଳି ଦୁଇଟି ବଡ଼ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା । ସେ ସମୟରୁ ଆଜି ପର୍ଯ୍ୟନ୍ତ ଜାପାନ ନିଜ ଦୃଢ଼ ଇଛାଶକ୍ତି ଓ ନିଷ୍ପତ୍ତି କାରଣରୁ ଏବେ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇପାରିଛି । ଜାପାନ ପାଖରେ ୧ ପ୍ରତିଶତ ଲୁହା ପଥର ନଥାଇ ମଧ୍ୟ ବିଶ୍ୱର ବିଭିନ୍ନ ରାଷ୍ଟ୍ରଗୁଡ଼ିକ ଠାରୁ କଞ୍ଚାମାଲ କିଣି ନିଜ ଦେଶରେ କମ୍ ମୂଲ୍ୟରେ ଇସ୍ପାତ ଉପôାଦ ତିଆରି କରି ବିକ୍ରି କରୁଛି । ଜାପାନର ଯୁବକଙ୍କ ଉଦ୍ୟମ ଯୋଗୁଁ ବିଶ୍ୱରେ ଏହା ଅଗ୍ରଣୀ ଦେଶ ହୋଇ ପାରିଛି । ଅପରପକ୍ଷରେ ଅନେକ ଦିନ ସଂଗ୍ରାମ କରିବା ପରେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତର ଭଲ ଅର୍ଥନୀତି ଥାଇ ସତ୍ତେ୍ୱ ସମ୍ପ୍ରତି ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିନାହିଁ । ଦେଶରେ ଖଣିଜ ସମ୍ବଳରେ ଭରପୁର ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ଭଳି ଇସ୍ପାତ କାରଖାନା ଥାଇ ମଧ୍ୟ ଏଠାକାର ଇସ୍ପାତ ଉପôାଦିତ ଜିନିଷ ଜାପାନର ଇସ୍ପାତ ଟାରୁ ଶସ୍ତା ମୂଲ୍ୟରେ ବିକ୍ରି ହୋଇପାରୁନାହିଁ । ଆଜିର ଦିନରେ ଏହି ପ୍ରସଙ୍ଗରେ ଯୁବପିଢ଼ିଙ୍କୁ ଭାବିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଅଧିକ କାର୍ଯ୍ୟନିÂ ଓ ଅଧ୍ୟବସାୟ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଉପସ୍ଥିତ ଥିଲେ । ସଭାରେ ସ୍କାଉଟ ଓ ଗାଇଡ୍ସର ରାଜ୍ୟ ମୁଖ୍ୟ କମିସନର କାଳୀପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁÂାନର ପ୍ରତିÂାତା ରାମଚନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons