ବିଟ୍ କଏନ ସଂସ୍ଥାର କର୍ମକର୍ତ୍ତାଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଲେ ସାଧାରଣ ଲୋକେ

Get real time updates directly on you device, subscribe now.

ଖୋର୍ଦ୍ଧା: ବିଟ୍ କଏନ ନାମକ ଏକ ଅର୍ଥଲଗାଣକାରୀ ସଂସ୍ଥାର ଅନ୍ୟତମ ଅଭିଯୁକ୍ତ ଶଶି ମିଶ୍ରଙ୍କୁ ଖୋର୍ଦ୍ଧାର କ୍ଷତିଗ୍ରସ୍ତ ଲୋକେ ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଇଛନ୍ତି । ବିଟ କଏନ ସଂସ୍ଥା ନାଁରେ କ୍ରାଇମବ୍ରାଂଚ ଓ ଜଟଣୀ ଥାନାରେ ଦୁଇଟି ମକଦ୍ଦମା ହୋଇଥିବା ବେଳେ, ଜଟଣୀ କମିଶନରେଟ୍ ପୋଲିସ ଖୋର୍ଦ୍ଧା ଥାନାରୁ ଶଶିଙ୍କୁ ଜଟଣୀ ନେଇଯାଇଛି । ତେବେ ଖୋର୍ଦ୍ଧା ଅଂଚଳରେ ୨୦ କୋଟିରୁ ଉର୍ଦ୍ଧ ଟଙ୍କାର ଠକେଇ ଏହି ସଂସ୍ଥା କରିଥିବା ଜଣାଯାଇଛି ।
ତେତେ ଶଶି ଖୋର୍ଦ୍ଧା ମେଡ଼ିକାଲରେ ଚାକିରି କରୁଥିବା ବେଳେ, ମେଡ଼ିକାଲ କର୍ମଚାରୀଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ସଂସ୍ଥାର ମୁଖ୍ୟ ଅଭିଯୁକ୍ତ କ୍ରାଇମବ୍ରାଂଚ ପୋଲିସ ଦ୍ବାରା ଗିରଫ ହେବା ପରଠାରୁ ଶଶି ମିଶ୍ର ଫେରାର ଥିଲେ । ତେବେ ବିଟ୍ କଏନ୍ ରେ ଅର୍ଥ ଲଗାଇଥିବା ଲୋକେ କୌଶଳକ୍ରମେ ଶଶିଙ୍କୁ ଧରି ଖୋର୍ଦ୍ଧା ଥାନାକୁ ଆଣିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons