ରାଜଧାନୀରୁ କୋଟିପତି ଶିକ୍ଷୟତ୍ରୀ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର: ପେଶାରେ ସେ ଜଣେ ଶିକ୍ଷୟିତ୍ରୀ। ହେଲେ ସେ କୋଟି କୋଟି ଟଙ୍କାର ମାଲିକାଣୀ ହେଉଛନ୍ତି। ଅଚଳାଚଳ ସମ୍ପତ୍ତି ତାଙ୍କ ପାଖରେ ରହିଛି। ବ୍ୟାଙ୍କ ବାଲାନ୍ସ, କୋଠାବାଡ଼ି, ଧନ ସମ୍ପତ୍ତି ଦେଖିଲେ ଆଖି ଟେରା ହୋଇଯିବ। ଏମିତି ଜଣେ ଶିକ୍ଷୟିତ୍ରୀ ହେଉଛନ୍ତି ତିଳୋତ୍ତମା ମହାନ୍ତି। ତାଙ୍କର ମୋଟ୍‌ ୧ କୋଟି ୮୭ ଲକ୍ଷ ଟଙ୍କାର ସମ୍ପତ୍ତି ମଧ୍ୟରୁ ୧ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ଆୟବହିର୍ଭୁତ ବୋଲି ସ୍ପଷ୍ଟ କରିଛି ଭିଜିଲାନ୍ସ। ସଂପୃକ୍ତ କୋଟିପତି ଦିଦିଙ୍କ ଘରେ ଖୋଳତାଡ଼ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
୧୯୮୯ ମସିହାରୁ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ ତିଳୋତ୍ତମା ଦିଦି। ୨୦୦୯ରେ ଭୁବନେଶ୍ୱର ୟୁନିଟ୍-୬ ସିଟି ସ୍କୁଲରେ ଯୋଗଦେବା ପରଠୁ ସତେଯେମିତି ତାଙ୍କ ଉପରେ ବିଜେ ହୋଇଥିଲେ ଧନଲକ୍ଷ୍ମୀ। ତିଳୋତ୍ତମାଙ୍କ ନାଁରେ ଉତ୍ତରା ଶାସନରେ ୪୦ ଲକ୍ଷ ଟଙ୍କାର ଘର, ପ୍ରାୟ ୧ କୋଟି ଟଙ୍କାର ୯ଟି ପ୍ଲଟ, ୯ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ସହ ୩୬ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍ ରହିଛି। ସେହିପରି ୨୫ ଲକ୍ଷ ଟଙ୍କା ମୂଲ୍ୟର ୧୮ଟି ଏଲ୍ଆଇସି ବଣ୍ଡ ମଧ୍ୟ ରହିଛି। ଏସବୁ ଜାଣିବା ପରେ ଆଜି ଭିଜିଲାନ୍ସର ୩ଟି ଟିମ୍ ସରକାରୀ କ୍ୱାର୍ଟର୍ସ ସମେତ ଉତ୍ତରା ଶାସନ ଓ ନୟାଗଡ଼ ରଣପୁର ଘରେ ଚଢଉ କରିଛି। ତେବେ ତିଳୋତ୍ତମାଙ୍କ ସ୍ୱାମୀ ତପନ ମହାନ୍ତିଙ୍କ କହିବା କଥା, କୌଣସି ସଂପତ୍ତି ବେଆଇନ୍‌ ନୁହେଁ। ଏଠି ପ୍ରଶ୍ନ ଉଠୁଛି, ସିଟି ସ୍କୁଲର ଶିକ୍ଷୟିତ୍ରୀ ହୋଇ ଅମାପ ସମ୍ପତ୍ତି ଠୁଳ କଲେ କେମିତି? ୨୦୦୯ରୁ ଅଦ୍ୟାବଧି ଗୋଟିଏ ଜାଗାରେ ଚାକିରି କରିଥିବା ତିଳୋତ୍ତମାଙ୍କ ପଛରେ କୌଣସି ପ୍ରଭାବଶାଳୀ ବ୍ୟକ୍ତି ନାହାଁନ୍ତି ତ? ଶିକ୍ଷକ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ସୁହେଇଲା ଭଳି କୌଣସି ବେଆଇନ କାରବାର କରିନାହାଁନ୍ତି କି ? ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଆଇନ୍‌ଗତ କାର୍ୟ୍ୟାନୁଷ୍ଠାନ ନିଶ୍ଚିତ ହେବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons