ରାଉରକେଲା,(ବି.ବି.ନୁ୍ୟଜ୍): ଫେସବୁକ୍ରେ ଫ୍ରେଣ୍ଡସିପ୍ । ଫ୍ରେଣ୍ଡସିପ୍ରୁ ପ୍ରେମ । ପ୍ରେମ ପରେ ହ୍ୱାଟ୍ସଆପରେ ଚାଟିଙ୍ଗ୍ । ଚାଟିଙ୍ଗ୍ରେ ପ୍ରେମ ବିବାହର ପ୍ରତିଶ୍ରୁତି । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଅଶ୍ଲୀଳ ଫଟୋ ହାତେଇବା ପରେ ତାହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ଅଭିଯୋଗରେ ସାଇବର ଥାନା ପୁଲିସ୍ ବିହାରରୁ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ଅମନ ରାଜ ଶର୍ମା (୧୯) । ତାଙ୍କ ଘର ବିହାର ସ୍ଥିତ କସିମବଜାର ଥାନା ଅର୍ନ୍ତଗତ ପୁରାନିଗଞ୍ଜ ଗ୍ରାମରେ । ଅଭିଯୁକ୍ତ ଅମନଙ୍କୁ ପୁଲିସ୍ ଆଜି ଡାକ୍ତରୀମାଇନା କରିବା ପରେ କୋର୍ଟ ଚାଲାଣ କରିଛି ।
ସାଇବର ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଅମନ ଗତ କିଛି ମାସ ହେଲା ରାଉରକେଲାର ଜଣେ ଯୁବତୀଙ୍କୁ ଫେସବୁକ୍ ମାଧ୍ୟମରେ ନିଜ ପ୍ରେମ ଜାଲରେ ଫସାଇଥିଲେ । ଯୁବତୀଙ୍କ ସହ ସବୁ ସମୟରେ ହ୍ୱାଟ୍ସ୍ଆପ୍ରେ ଚାଟିଙ୍ଗ କରିବା ସହ ମୋବାଇଲ୍ାରେ କଥା ହୋଇଥାନ୍ତି । ଗତ କିଛି ଦିନ ପୂର୍ବେ ଏକ ଜାଲ ଫେସବୁକ୍ କରି ଅମନ ସମ୍ପୃକ୍ତ ଯୁବତୀଙ୍କ ଅଶ୍ଲୀଳ ଫଟୋକୁ ଭାଇରାଲ କରିଥିଲେ । ଏ ସମ୍ପର୍କରେ ଯୁବତୀ ଜଣକ ଜାଣିବା ପରେ ଗତ ୧୭ ତାରିଖ ଦିନ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଅଭିଯୁକ୍ତ ଅମନଙ୍କ ସମ୍ପର୍କରେ ସୁରାକ୍ ପାଇବା ପରେ ଗତକାଲି ପୁଲିସ୍ ବିହାରରୁ ତାଙ୍କୁ ଗିରଫ କରିଥିଲା ।


Comments are closed, but trackbacks and pingbacks are open.