ସାଥୀମାନଙ୍କ ସହ ମିଶି ବଡ଼ଭାଇକୁ ହାଣିଲା ସାନ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଭାଇକୁ ହାଣିଲା ଭାଇ । ସାଥୀମାନଙ୍କୁ ଏକାଠି କରି ବଡ଼ଭାଇକୁ ଟେକି ନେଇ ହାଣିଦେଲା ସାନ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ବଡ଼ଭାଇଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି । ହାଣିଥିବା ସାନଭାଇ ଓ ତା’ର ସାଥୀମାନେ ଫେରାର ହୋଇ ଯାଇଥିବା ପୁଲିସ କହିଛି । ଆହତ ଜଣକ ହେଲେ, କୁମ୍ଭାରପଡ଼ା ଥାନା ଅଧୀନ ନରେନ୍ଦ୍ରକୋଣ ମଙ୍ଗଳାସାହିର ବିଜୁ ମହାନ୍ତି (୨୭) ।
ବିଜୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସାନ ଭାଇ ବ୍ରାଉନ୍ସୁଗର୍ ବେପାର କରନ୍ତି । ଏଥିନେଇ ସେ ସାନଭାଇକୁ ବିରୋଧ କରନ୍ତି । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ସନ୍ଧ୍ୟାରେ ତାଙ୍କ ଘର ସମ୍ମୁଖରେ କିଛି ଯୁବକ ପହଞ୍ଚିଥିଲେ । ସେମାନେ ସାନ ଭାଇ ପାଖକୁ ବ୍ରାଉନ୍ସୁଗର୍ କିଣିବା ପାଇଁ ଆସନ୍ତି ବୋଲି କହିଛନ୍ତି ଆହତ ବିଜୁ । ସାନଭାଇ ତାଙ୍କ ସହଯୋଗ ନେଇ ପୂର୍ବ ପ୍ରସ୍ତୁତି ଅନୁସାରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ନିକଟ ଏକ ଅନ୍ଧାରୁଆ ଗଳିକୁ ଉଠାଇ ନେଇ ଖଣ୍ଡାରେ ହାଣିବା ସହ ସଙ୍ଘବଦ୍ଧ ଭାବେ କାଠ ଗୋଟାଳିରେ ପିଟିଥିବା ସେ କହିଛନ୍ତି । ଗତ ୨୯ ତାରିଖରେ ବଡଦାଣ୍ଡ ଡାକ୍ତରଖାନା ଛକସ୍ଥିତ ଶୌଚାଳୟରେ ପଶି କେୟାର୍ଟେକର୍ଙ୍କୁ ହାଣିବା ମାମଲାକୁ ସାତ ଦିନ ପୁରି ନଥିବାବେଳେ ପୁଣି ଜଣକୁ ହାଣିବା ଘଟଣା କୁମ୍ଭାରପଡ଼ା ଥାନା ପୁଲିସର ମୁଣ୍ଡ ବିନ୍ଧା ବଢାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons