ରାସ୍ତାରେ ବୁଲୁଛନ୍ତି ହାତୀ, ଲୋକେ ଆତଙ୍କିତ

Get real time updates directly on you device, subscribe now.

ଝାରସୁଗୁଡା: ଦିନ ଦ୍ବିପ୍ରହରରେ ରାସ୍ତାରେ ହାତୀ ବୁଲିବା ଦେଖି ଲୋକେ ଆତଙ୍କିତ । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ପିତାମାଲ, ଭୀମଜୋର ଜଂଗଲ ନିକଟବର୍ତ୍ତୀ ଅଞ୍ଚଳରେ ୪ଟି ଦନ୍ତା ହାତୀ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ଅଧିକାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଛି। ପ୍ରତିବର୍ଷ ଧାନ ପାଚିବା ସମୟରେ ହାତୀମାନେ କୋଲାବିରା, କିର୍ମିରା, ଲଇକେରା ବ୍ଲକ୍ ସମେତ ବିଭିନ୍ନ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଯୋଗୁଁ ଚାଷୀ ମାନଙ୍କ ସହ ସାଧାରଣ ଲୋକଙ୍କ ବହୁ ଧନଜୀବନ କ୍ଷତି ହୋଇଛି। ତେଣୁ ଆଜି ସକାଳୁ ୪ଟି ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons