ଅବୈଧ ସମ୍ପର୍କରୁ ଯୁବକକୁ ହତ୍ୟା- ହତ୍ୟା ପାଇଁ ପତିଙ୍କୁ ସାହାଯ୍ୟ କଲା ପତ୍ନୀ, ୩ ମାସ ପରେ ହେଲା ଘଟଣାର ପର୍ଦ୍ଦାଫାଶ

Get real time updates directly on you device, subscribe now.

ଚିତ୍ରକୁଟା: ୩ ମାସ ତଳର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଚିତ୍ରକୁଟା ପୋଲିସ। ପ୍ରକୃତ ଘଟଣା ସାମ୍ନାକୁ ଆସିବା ମାତ୍ରେ ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତ ମହିଳା ଅର୍ଥାତ ଅଭିଯୁକ୍ତ ଯୁବକର ପତ୍ନୀ ଏବେ ଫେରାର ରହିଛି। ଘଟଣା ସଂପର୍କରେ ଅଭିଯୁକ୍ତକୁ ପୋଲିସ ପଚରାଉଚାର କରିବା ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ କହିବା ଅନୁସାରେ ତାଙ୍କ ସ୍ତ୍ରୀ ଜଣେ ଯୁବକଙ୍କ ସହ ଅବୈଧ ସଂପର୍କ ରଖୁଥିଲେ। ଅଭିଯୁକ୍ତ ସ୍ବାମୀ ଜାଣିବା ପରେ ତାଙ୍କ ପତ୍ନୀର ପ୍ରେମିକାଙ୍କ ଗଳା କାଟି ସେ ହତ୍ୟା କରିଥିଲା। ଅଭିଯୁକ୍ତ ସ୍ବାମୀର କହିବା ଅନୁସାରେ ପୋଲିସ ଘଟଣା ସ୍ଥଳରୁ ମୃତ ଯୁବକଙ୍କ କଙ୍କାଳ ଜବତ କରିଛି।
ସୂଚନାଯୋଗ୍ୟ ଯେ, ମୃତ ଧୀରଜ ସାଇନି ବାନ୍ଦାର ବିସଣ୍ଡାରେ ରହୁଥିଲେ। କୋତଓ୍ବାଲିର କଟରା ଗୁଦର ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଉଦଲ ଶର୍ମାର ପତ୍ନୀ ଓ ଧୀରଜଙ୍କ ମଧ୍ୟରେ ଅବୈଧ ସଂପର୍କ ଗଢ଼ି ଉଠିଥିଲା। ୨୦୧୯ ମସିହା ଜୁଲାଇ ମାସରେ ଧୀରଜ ତାଙ୍କ ପ୍ରେମିକା ଅର୍ଥାତ ଉଦଲ ଶର୍ମାର ପତ୍ନୀଙ୍କୁ ଦେଖା କରିବା ଲାଗି କଟରା ଗୁଦରକୁ ଆସିଥିଲେ।
ସ୍ବାମୀ ଉଦଲ ଘରେ ନଥିବା ଅବସ୍ଥାରେ ସେମାନେ ଅବୈଧ ସଂପର୍କ ରଖୁଥିଲେ। ସେହି ଦିନ କିନ୍ତୁ ଅଭିଯୁକ୍ତ ଉଦଲ କାମକୁ ଯିବା ବଦଳରେ ଘରକୁ ଫେରି ଆସଥିଲା। ଧୀରଜ ଓ ତାଙ୍କ ପତ୍ନୀକୁ ଆପତ୍ତିଜନକ ଅବସ୍ଥାରେ ସେ ଦେଖିଥିଲା। ପତ୍ନୀ ଓ ଧୀରଜଙ୍କୁ ସେ ନିର୍ଧୁମ ବାଡ଼େଇଥିଲା।
ଏହାପରେ ଉଦଲ ଶର୍ମା ଭୀଷଣ ରାଗିଯାଇ ଧୀରଜ ସାଇନୀଙ୍କ ଗଳାକାଟି ହତ୍ୟା କରିଥିଲା। ଧୀରଜଙ୍କ ମୃତ ଶରୀରକୁ ନେବାରେ ଅଭିଯୁକ୍ତର ପତ୍ନୀ ମଧ୍ୟ ସାହାଯ୍ୟ କରିଥିବା କଥା ଅଭିଯୁକ୍ତ ପୋଲିସ ସାମ୍ନାରେ କହିଛି। ଏହାପରେ ନିଜ ପତ୍ନୀଙ୍କ ସହ ଉଦଲ କୁଆଡେ ଗାୟବ ହୋଇଥିଲା। ଗତ ଶନିବାର ଦିନ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons