ଆମ୍ବୁଲାନ୍ସ ଦୁର୍ଘଟଣା, ୨ ଛାତ୍ର ଗୁରୁତର

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁୁ୍ୟଜ୍): ରବିବାର ଫୁଲବାଣୀ ଆର୍ଟିଓ ଅଫିସ୍ ସମ୍ମୁଖରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ରବିବାର ଏକ ଆମ୍ବୁଲାନ୍ସ(ଓଡି୦୫ଏଏନ୍-୯୬୪୬) କଟକରୁ ଶବ ଧରି ଶଙ୍କରାଖୋଲ ଆସିଥିଲା । ସେଠାରୁ ଗାଡ଼ିଟି ଅତି କ୍ଷୀପ୍ରଗତିରେ ଫେରୁଥିବା ବେଳେ ଫୁଲବାଣୀ ଆର୍ଟିଓ ଅଫିସ୍ ସମ୍ମୁଖରେ ୨ ଜଣ ଛାତ୍ରଙ୍କୁ ଧକ୍କା ଦେଇଥିଲା । ଏଥିରେ ସୌମ୍ୟରଞ୍ଜନ ରଣା ଓ ବାବୁ ବଗର୍ତ୍ତି ଗୁରୁତର ଆହତ ହୋଇଥିଲେ । ହେଲେ ଆମ୍ବୁଲନ୍ସଟି ଦୁର୍ଘଟଣା ଘଟାଇ ଫେରାର୍ ହୋଇଯାଉଥିବାବେଳେ ସ୍ଥାନୀୟ ଯୁବକମାନେ ତାକୁ ଅଟକାଇଥିଲେ ।
ଆମ୍ବୁଲାନ୍ସ ଓ ଚାଳକଙ୍କୁ ଅଟକ ରଖାଯାଇଥିବା ବେଳେ ଯୁବକ ଅଂଶୁମାନ ପ୍ରିୟଦର୍ଶନ, ଅମକାର ମିଶ୍ର, ସଦା ରଣା, ଆସ୍ୱିନୀ ସାହୁ, ଲବ, କୁଷ ଏବଂ ଆକାସ ସାହୁ ପ୍ରମୁଖ ଗୁରୁତ୍ୱର ଛାତ୍ର ଦୁହିଁଙ୍କୁ ସଙ୍ଗେସଙ୍ଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେପଟେ ପ୍ରାୟ ୩ ଘଣ୍ଟା ଧରି ଆମ୍ବୁଲାନ୍ସ ଚାଳକକୁ ଅଟକ ରଖିବା ପରେ ଗାଡ଼ିର ମାଲିକ ଆହତ ଛାତ୍ର ଦୁହିଁଙ୍କ ଚିକିତ୍ସା ୬,୫୦୦ଟଙ୍କା ଦେବା ପରେ ଅଞ୍ଚଳବାସୀ ଆମ୍ବୁଲାନନ୍ସ ଚାଳକକୁ ଛାଡ଼ିଥିଲେ । ତେବେ ଅଞ୍ଚଳବାସୀ ଗାଡ଼ି ଚାଳକକୁ ଅଟକ ରଖିଥିବା ସମୟରେ ସେଠାରୁ ମଧ୍ୟ ସେ ଖସି ପଳାଇବାକୁ ଉଦ୍ୟମ କରୁଥିବାରୁ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା । ତେବେ ଖବର ଲେଖା ହେବାଯାଏଁ ଏହି ଘଟଣାରେ ପୁଲିସ କୌଣସି ମାମଲା ଦାଖଲ କରିନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons