ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ଅଘଟଣ ଘଟିଛି । ନେହେରୁ ବଙ୍ଗଳା ମୁହାଣରେ ଏକ ମାଛଧରା ଟ୍ରଲର ବୁଡିଯାଇଛି । ମାଛଧରି ଫେରୁଥିବା ବେଳେ ଟ୍ରଲରଟି ବୁଡିଯାଇଛି ।
ଏଥିରେ ଥିବା ୫ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି । ପାରାଦୀପ ମେରାଇନ୍ ପୋଲିସ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
ଏହି ମୁହାଣରେ ବାରମ୍ବାର ମାଛଧରା ଟ୍ରଲର ଦୁର୍ଘଟଣାଗ୍ରସ୍ତ ହେଉଛି । ମୁଖ୍ୟତଃ ମୁହାଣ ପୋତି ହୋଇଯିବା ଫଳରେ ଏଭଳି ଦୁର୍ଘଟଣା ଘଟୁଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରୁଛନ୍ତି ।


Comments are closed, but trackbacks and pingbacks are open.