ଉଦଳା: ମୟୂରଭଞ୍ଜ କପ୍ତିପଦା ଥାନା ସୀତାରାମସାହି ଗାଁରେ ଚାଞ୍ଚଲ୍ୟ । ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରିଲେନି ଦମ୍ପତ୍ତି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ପୋଲିସ ତଦନ୍ତ ଆରମ୍ଭ ।
ସୂଚନାଯୋଗ୍ୟ ଯେ, ରବିବାର ଛତ୍ରାଆମ୍ବ ଅଂଚଳକୁ ଫୁଟବଲ୍ ଖେଳ ଦେଖିବାକୁ ସ୍ବାମୀ ସୀତାରାମ ସିଂ ଏବଂ ସ୍ତ୍ରୀ ଲେତ ସିଂ ପରିବାର ସହ ଯାଇଥିଲେ । ହେଲେ ଖେଳ ଦେଖି ଘରରୁ ଅନ୍ୟ ସଦସ୍ୟମାନେ ଫେରି ଆସିଥିଲେ । କିନ୍ତୁ ସ୍ବାମୀ ସୀତାରାମ ସିଂ ଏବଂ ସ୍ତ୍ରୀ ଲେତ ସିଂ ଆଉ ଘରକୁ ଫେରିନିଥିଲେ ।
ଘରକୁ ଆସିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଘର ନିକଟସ୍ଥ ଜଙ୍ଗଲ ପାଖ ବିଲରେ ରକ୍ତ ଛିଟା ଦେଖିଥିଲେ । ଆଉ ପାଖରେ ଦମ୍ପତିଙ୍କ ପିନ୍ଧିଥିବା ଜୋତା, ଚୁଡି ଆଦି ଦେଖିବାକୁ ପାଇଥିଲେ । ପରେ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପତ୍ତା ମିଳିନଥିଲା । ଶେଷରେ ଏ ନେଇ ପରିବାର ଲୋକେ କପ୍ତିପଦା ଥାନରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ତେବେ ସନ୍ଧାନୀ କୁକୁର ଅନୁସନ୍ଧାନରେ ସ୍ଥାନୀୟ ସୁନେଇ ଡ୍ୟାମ୍ ନିକଟରେ ଯାଇ ଅଟକିବା ପରେ ଉଦଳାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଡ୍ୟାମ୍ ମଧ୍ୟରେ ତଲାସି ଆରମ୍ଭ କରିଥିଲେ ସୁଦ୍ଧା କୌଣସି ପତ୍ତା ପାଇ ନଥିଲେ ।
କିଛିଦିନ ତଳେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ସ୍ଥାନୀୟ ଏକ ଗାଁର ଲୋକ ଗଛରେ ବାନ୍ଧି ମାଡ ମାରିଥିଲେ । ତେଣୁ ସେହି ମାନେ ହିଁ ହତ୍ୟା କରିଥିବା ନିଖୋଜ ଦମ୍ପତିଙ୍କ ଝିଅମାନେ ଅଭିଯୋଗ କରିଛନ୍ତି ।


Comments are closed, but trackbacks and pingbacks are open.