ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବକ !

Get real time updates directly on you device, subscribe now.

କଟକ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ବ୍ରିଜ୍‌ରେ। ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍‌ରେ ଯାଉଥିଲେ। କିନ୍ତୁ ହଠାତ୍‌ ଯୁବକ ଜଣକ କାଠଯୋଡ଼ି ବ୍ରିଜ୍ ଉପରେ ବାଇକ୍ ରଖି ଦୌଡ଼ି ଦୌଡ଼ି ଯାଇ ନଦୀକୁ ଡେହିଁ ପଡ଼ିଥିଲେ।
ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇ ନାହିଁ। ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଖୋଜାଖୋଜି କରୁଛି। ସେହି ଯୁବକଙ୍କ ସ୍ତ୍ରୀ ଓ ପିଲାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ୍‌। ହେଲେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟପଟେ ଯୁବକଙ୍କ ଶ୍ୱଶୁର ତାଙ୍କ ଜ୍ୱାଇଁ ବିରୋଧରେ ଅଭିଯୋଗ ଆଣିଛନ୍ତି। ଯୁବକ ସବୁବେଳେ ତାଙ୍କ ଝିଅଙ୍କୁ ମରାଧରା କରୁଥିଲେ ବୋଲି ନଦୀକୁ ଡେହିଁପଡ଼ିଥିବା ଯୁବକଙ୍କ ଶ୍ୱଶୁର କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons