ଟ୍ରେନ୍ରେ ସୁନା ସ୍ମଗଲିଂ ଘଟଣା:ଦୁବାଇରୁ ମୁମ୍ବାଇ ଭାୟା କୋଲକାତା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟ୍ରେନ୍ରୁ ସୁନା ସ୍ମଗଲିଂ ଘଟଣାରେ ଖୋଳତାଡ଼ ଚଳାଇଛି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିଦେ୍ର୍ଧଶାଳୟ(ଡିଆରଆଇ) । ଏହି ଚୋରାଚାଲାଣ ପଛରେ ଅନ୍ତରାଷ୍ଟ୍ରୀୟ ଲିଙ୍କ୍ ଥିବା ଡିଆର୍ଆଇ ଅଧିକାରୀମାନେ ସୁରାକ୍ ପାଇଛନ୍ତି । ଜବତ ସୁନା ଦୁବାଇ କିମ୍ବା ସାଉଦି ଆରବୀୟ ଦେଶରୁ କୋଲକାତା ଆସିଥିଲା । ସେଠାରୁ ଟ୍ରେନ୍ରେ ଓଡିÿଶା ଦେଇ ମୁମ୍ବାଇକୁ ସ୍ମଗଲିଂ କରା ଯାଉଥିବା ସନେ୍ଦହ କରୁଛନ୍ତି । ଅଟକ ଦୁଇ ସୁନା ସ୍ମଗଲର ମୁମ୍ବାଇର ଧନରାଜ ମହାଦେବ ଯାଦବ ଓ ମହିଶୁରର ଆର୍ଏନ୍ ରାହୁଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଡିଆରଆଇର ଜଣେ ବରିÂ ଅଧିକାରୀଙ୍କ କହିବା ମୁତାବକ, ଜବତ ସୁନା ବିସ୍କୁଟରେ ‘ଦୁବାଇ-ୟୁଏଇ, ୧୦ ତୋଲା’ ଲେଖାଯାଇଥିଲା । ଏଥିରୁ ସୁନା ବିସ୍କୁଟ୍ ଗୁଡିକ ଦୁବାଇରୁ କିଣାଯାଇଥିବା ସ୍ପଷ୍ଟ ହେଉଛି । ଗିରଫ ଦୁଇ ସ୍ମଗଲର ସିଧା ସଳଖ ଦୁବାଇରୁ କିଣି ନାହାନ୍ତି । ମିଆଁମାରରୁ ଜଳପଥରେ ଭାରତୀୟ ସୀମା ପାର୍ ହୋଇ ଅନ୍ୟ କିଛି ଦଲାଲ ଏହାକୁ ପଶ୍ଚିମବଙ୍ଗକୁ ଆଣିଥିଲେ । ସେମାନଙ୍କଠାରୁ ଧନରାଜ ଓ ରାହୁଲ ସୁନା ବିସ୍କୁଟ ନେଇ ହାୱଡା ଷ୍ଟେସନରେ ଜ୍ଞାନେଶ୍ୱରୀ ଟ୍ରେନ୍ରେ ଚଢ଼ି ଓଡିÿଶା ଦେଇ ମୁମ୍ବାଇ ଯାଉଥିଲେ । ଏହା ପଛରେ ଏକ ବଡ଼ ଅନ୍ତରାଷ୍ଟ୍ରୀୟ ର୍ୟାକେଟ କାମ କରୁଛି । ସେମାନେ କାହାଠାରୁ ସୁନା ଆଣିଥିଲେ ଏନେଇ ଜେରା ଚାଲିଛି ।
ସୂଚନାଯୋଗ୍ୟ, ଗୁରୁବାର ଭୋର ୪ଟା ବେଳେ ହାୱଡ଼ାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ରେ ରାଜଗାଙ୍ଗପୁର ଷ୍ଟେସନଠାରେ ଚଢ଼ଉ କରିଥିଲା କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଟିମ୍ ଓ ଆର୍ପିଏଫ୍ । ଟ୍ରେନ୍ର ବି-୩ରେ ବସିଥିବା ଧନରାଜ ଓ ରାହୁଲଙ୍କୁ ଯାଞ୍ଚ କରିଥିଲା । ସେମାନଙ୍କଠାରୁ ପାଖାପାଖି ୫ କୋଟି ଟଙ୍କା ମୂଲ୍ୟର ୧୧୦ ଖଣ୍ଡ ସୁନା ବିସ୍କୁଟ ଜବତ କରିଥିଲା । ଯାହାର ଓଜନ ୧୨କେଜି ୯୩୨ ଗ୍ରାମ ହେବ । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଦରକାର ପଡିÿଲେ, ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିଆର୍ଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons