ନୂଆପଡ଼ା,(ବି.ବି.ନୁ୍ୟଜ୍): ବିଶ୍ୱରେ ସର୍ବାଧିକପ୍ଲାଷ୍ଟିକ ଓପଲିଥିନ ଆମ ଦେଶରେ ବ୍ୟବହାର ହେଉଛି । ଦେଶରେ ସିଙ୍ଗିଲ୍ ୟୁଜ୍ଡପ୍ଲାଷ୍ଟିକପାଇଁ ବହୁ ଗୁଣରେପ୍ରଦୂଷଣ ବଢ଼ି ଚାଲିଛି । ଏହାକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେପ୍ରଦୂଷଣ ଉଗ୍ରରୂପ ନେବ । ଏଣୁ ଆମେ ସମସ୍ତେ ଏକତ୍ରିତ ହୋଇପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାରରୁ ଦୂରେଇ ରହିବା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର ମୋଦୀଙ୍କପ୍ଲାଷ୍ଟିକମୁକ୍ତ ଦେଶ ଗଠନରେ ସାମିଲ ହୋଇ ମୁଖ୍ୟ ଭୂମିକା ଗ୍ରହଣ କରିବା । ସିଙ୍ଗିଲ୍ ୟୁଜ୍ଡପ୍ଲାଷ୍ଟିକ ବର୍ଜନ କରିବା ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଆଜି ନୂଆୀଡ଼ା ଜିଲ୍ଲା ଖଡ଼ିଆର୍ରୋଡ୍ ସହରରେ ଏକପଥପ୍ରାନ୍ତ ସଭାରେ ଉଦ୍ବୋଧନ ଦେଇ ଆହ୍ୱାନ କରିଛନ୍ତି ।
ବିଜେପୁର ନିର୍ବାଚନପ୍ରଚାରପାଇଁ ଛତିଶଗଡ଼ର ରାୟପୁରରୁ ବରଗଡ଼ ଅଭିମୁଖେ ଆସୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ଆଜି ଖରିଆରରୋଡ଼ ସହରରେ କିଛି ସମୟ ଅଟକି ଯାଇଥିଲେ । ଏହି ଅବସରରେ ଜିଲ୍ଲାର ଦଳୀୟ ନେତା ଓ କର୍ମୀଙ୍କପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦଳୀୟ ନେତା ଓ କର୍ମୀଙ୍କ ସହ ଭାବବିନିମୟ କରିବା ସହ ଅଞ୍ଚଳବାସୀଙ୍କ ସମସ୍ୟା ମଧ୍ୟ ବୁଝିଥିଲେ ।ପଲିଥିନ୍ପ୍ରଦୂଷଣରପ୍ରାଦୁର୍ଭାବ ସମ୍ପର୍କରେ କହିବା ସହ ଏହାକୁ ବ୍ୟବହାର ନ କରିବା ଲାଗି ଆହ୍ୱାନ ଦେଇଥିଲେ ।
ପୂର୍ବାହ୍ନ ସାଢେ଼ ୧୦ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ଛତିଶଗଡ଼ର ରାୟପୁର ସହରରୁ ସଡ଼କପଥ ଯୋଗେ ଖରିଆରରୋଡ଼ ସହରକୁ ଆସିଥିଲେ । ସହରର ଶର୍ମା ମେଡିକାଲ ସମ୍ମୁଖରେ ବିଜେପି ରାଜ୍ୟ ଉପସଭାପତିପ୍ରସନ୍ନପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ସଭା ରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜେପି ଯୁବନେତା ଗୋଲ୍ଡି ଅଗ୍ରୱାଲ ମଞ୍ଚପରିଚାଳନା କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲାର ବରିÂ ବିଜେପି ନେତା ଓ କର୍ମୀମାନେପୁଷ୍ପମାଲ୍ୟ, ଫୁଳତୋଡ଼ା ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ନୂଆପଡ଼ା ସହରରେ ଅବସ୍ଥାପିତ କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ଦୁଇପାଠ୍ୟକ୍ରମ ଖୋଲିବାକୁ ସହରବାସୀ ଓ ଅଭିଭାବକମାନେ ଦାବିପତ୍ରପ୍ରଦାନ କରିଥିଲେ । ଆଗାମୀ ଦିନରେ କଳାହାଣ୍ଡି ସାଂସଦ ବସନ୍ତପଣ୍ଡାଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଜିଲ୍ଲା ମୁଖ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟକୁ ଯୁକ୍ତ ଦୁଇପର୍ଯ୍ୟନ୍ତ ଉନ୍ନୀତ କରାଯିବ ବୋଲି ଶ୍ରୀପ୍ରଧାନପ୍ରତିଶ୍ରୁତି ଦେଇଥିଲେ । ସେହିପରି ଜିଲ୍ଲାର ଜୀବନରେଖା ଜାତୀୟ ରାଜପଥ ୩୫୩ ଦୁଃଖ ଉପରେ ଗଣମାଧ୍ୟମପ୍ରତିନିଧିମାନେପ୍ରଶ୍ନ କରିବାରୁ, କାମ ସମ୍ପୂର୍ଣ୍ଣପାଇଁ ଆମେ କଳାହାଣ୍ଡି ଲୋକସଭା ସାଂସଦଙ୍କ ସହ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଭେଟି ଅବଗତ କରିଛୁ, ଖୁବ୍ଶୀଘ୍ର ରାଜପଥ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଉତ୍ତର ରଖିଥିଲେ । ମଧ୍ୟାହ୍ନରେ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀକୁ ନିର୍ବାଚନୀପ୍ରଚାର କାର୍ଯ୍ୟରେ ଯୋଗ ଦେବାକୁ ସଡ଼କପଥ ଯୋଗେ ଯାତ୍ରା କରିଥିଲେ । ବିଜେପି ନେତା ଓ କର୍ମୀମାନେ ତାଙ୍କୁ ଜିଲ୍ଲାର ସୀମାନ୍ତ ସାଇପଲାପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେପାଛୋଟି ନେଇ ବିଦାୟ ଦେଇଥିଲେ । ବିଜେପି ବରିÂ ନେତା ଇଂ ହୋମସିଂ ମାଝି, ସୁରେଶ ଅଗ୍ରୱାଲ, ସେଖ ମହତାବ, ଯୁବନେତା ଦୃଷ୍ଟିଚନ୍ଦ୍ର ମାଝି, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଦିଲୀପ ନିର୍ମଲକର, ସାଧାରଣ ସମ୍ପାଦକ ତୁଲସପଟେଲ, ଅଭିନନ୍ଦନପଣ୍ଡା, ଚତୁର୍ଭୁଜ ଶର୍ମା, ସୁଶାନ୍ତପତି, ରାକେଶ ଜୈନ, ଅର୍ଜ୍ଜୁନ ଜଗତ, ଚନ୍ଦନ ଠାକୁରପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.