ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୬୦ ହଜାର ଲୁଟ୍

Get real time updates directly on you device, subscribe now.

ଖଲିକୋଟ,(ଆପ୍ର): ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୬୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇଛନ୍ତି ୩ଜଣ ଦୁର୍ବୃତ୍ତ । ଖଲିକୋଟ ପୁଲିସ ଥାନା କେସ୍ ନମ୍ବର ୨୮୨/୨୦୧୯ ଅନୁସାରେ ଏକ ମକଦ୍ଧମା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ଖଲିକୋଟ-ସିଧାପଲ୍ଲୀ ରାସ୍ତାରେ ଆଜି ପୂର୍ବାହ୍ନରେ ଘଟିଛି ଘଟଣା । ମିଳିଥିବା ସୂଚନା ଅନୁସାରେ ଅନ୍ନପୂର୍ଣ୍ଣା ଫାଇନାନ୍ସର ଜଣେ ମହିଳା କର୍ମଚାରୀ ନିବେଦିତା ଦାସ ଆଜି ସକାଳ ୧୦ଟାରେ ସିଧାପଲ୍ଲୀ ଗ୍ରାମରୁ ଟଙ୍କା ସଂଗ୍ରହ କରି ସ୍କୁଟିରେ ଫେରୁଥିବା ବେଳେ ୩ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲ୍ସର ଗାଡ଼ିରେ ଆସି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ସେ ତଳେ ପଡ଼ି ଯିବା ପରେ ମାଡ଼ ମାରି ସ୍କୁଟି ଡିକିରେ ଥିବା ୬୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଧରି ଚମ୍ପଟ ମାରିଥିଲେ । ଆହତ ନିବେଦିତା ଖଲିକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ଖଲିକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons