ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୧୨୦ ବାଟାଲିଅନ୍ ପକ୍ଷରୁ ସେନାରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଚାଲିଛି । ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ବିଶେଷକରି ବିହାର ଓ ଉତ୍ତରପ୍ରଦେଶର ହଜାର ହଜାର ପରୀକ୍ଷାର୍ଥୀ ରାଜଧାନୀରେ ପହଞ୍ଚିଛନ୍ତି । ତେବେ ୩ ଦିନ ଧରି ଏହି ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ କିଛି ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି । କେଉଁଠି ଫଳ ଦୋକାନୀଙ୍କୁ ଧମକ ଦେଇ ଜବରଦସ୍ତ ଫଳ ଛଡ଼ାଇ ନେଇ ଖାଉଛନ୍ତି ତ ଆଉ କେଉଁଠି ଜଳଖିଆ ଦୋକାନରୁ ଖାଇ ପଇସା ନଦେଇ ପଳାଉଛନ୍ତି । ତେବେ ସେମାନଙ୍କ ଉପôାତ ଆଜି ଚରମସୀମାରେ ପହଞ୍ଚିଛି । ଆଇଜି ପାର୍କରେ କିଛି ଯୁବତୀଙ୍କୁ ଏମାନେ ଟଣାଓଟରା କରିଛନ୍ତି । ଲୋକେ ପ୍ରତିବାଦ କରିବାରୁ ସେମାନଙ୍କୁ ଲୁହାରଡ୍ ଓ କାଠ ଫାଳିଆରେ ପିଟି ରକ୍ତାକ୍ତ କରି ପକାଇଛନ୍ତି । ଅଭିଯୋଗ ପାଇ କ୍ୟାପିଟାଲ ଥାନା ପୁଲିସ ସେଠାରେ ଚଢ଼ଉ କରି ୩ ପରୀକ୍ଷାର୍ଥୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି । ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ଜୋର ଜବରଦସ୍ତ ପରୀକ୍ଷାର୍ଥୀମାନେ ଟ୍ରେନ୍ରେ ପଶିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ପରୀକ୍ଷାର୍ଥୀଙ୍କୁ ଟ୍ରେନ୍ରୁ ହଟାଇବା ପାଇଁ ପୋଲିସ ଓ ପରୀକ୍ଷାର୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡିଛି ।

ମିଳିଥିବା ଅଭିଯୋଗ ଅନୁଯାୟୀ, ଆଜି ଅପରାହ୍ଣ ୩ଟାବେଳେ କିଛି ସ୍ଥାନୀୟ ଯୁବକ-ଯୁବତୀ ଆଇଜି ପାର୍କରେ ଜନ୍ମଦିନ ପାଳନ କରୁଥିଲେ । ଆଇଜି ପାର୍କରେ ବୁଲାବୁଲି କରୁଥିବା କିଛି ବିହାରର ଯୁବକ ସେମାନଙ୍କ ନିକଟରେ ପହଞ୍ଚି ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ସେମାନଙ୍କୁ ଟଣାଓଟରା କରିଥିଲେ । ସେମାନେ ପ୍ରତିବାଦ କରିବାରୁ ବିହାର ଯୁବକମାନେ ସେମାନଙ୍କ କେକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଫିଙ୍ଗାଫୋପଡ଼ା କରିଥିଲେ । ଏହି ସମୟରେ ପାର୍କରେ ଥିବା କିଛି ଲୋକ ପ୍ରତିବାଦ କରିବାରୁ ୩୦ରୁ ୩୫ ବିହାରୀ ଯୁବକ ସେମାନଙ୍କୁ ଲୁହା ରଡ୍ ଓ କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ସେମାନଙ୍କ ମାଡ଼ରେ ୫ ଜଣ ଆହତ ହୋଇଥିଲେ । ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ପୁଲିସକୁ ଫୋନ୍ କରି ଜଣାଇଥିଲେ । ପୁଲିସ ପହଞ୍ଚିବା ଦେଖି କିଛି ବିହାରୀ ଯୁବକ ସେଠାରୁ ଖସି ପଳାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ପାର୍କରେ ବୁଲାବୁଲି କରୁଥିବା କିଛି ନିରୀହ ଯୁବକଙ୍କୁ ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି । ମାଡ଼ ମାରିଥିବା ଯୁବକମାନେ ଫେରାର୍ ହୋଇ ଯାଇଛନ୍ତି ।
ଆକ୍ରମଣରେ ପୁରୁଣା ଭୁବନେଶ୍ୱରରେ ରହୁଥିବା ନୟାଗଡ଼ କଣ୍ଟିଲୋର ଅକ୍ଷୟ କୁମାର ମହାରଣା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଓ କାନମୁଣ୍ଡା ଫାଟି ଯାଇଛି । ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରଖିଛି ।
ଏନେଇ ଡିସିପି ଅନୁପ ସାହୁ କହିଛନ୍ତି, ଆଇଜି ପାର୍କରେ ଆକ୍ରମଣ ଘଟଣା କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅନ୍ୟ ଘଟଣାରେ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁÂାନ ନିଆଯିବ ।
Comments are closed, but trackbacks and pingbacks are open.