୩ ବ୍ରାଉନ ସୁଗର ମାଫିଆ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରୁ ପୁଣି ଜବତ ହୋଇଛି ଧଳା ଜହର (ବ୍ରାଉନ୍ସୁଗର) । କମିଶନରେଟ୍ ପୁଲିସର କୁଇକ୍ ଆକ୍ସନ୍ ଟିମ୍(କୁ୍ୟଏଟି) ଓ ଏୟାରପୋର୍ଟ ଥାନା ପୁଲିସ ୩ ଧଳା ଜହର ମାଫିଆଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗର, ବାଇକ୍, ୩ ଟି ମୋବାଇଲ ଓ ୩ ହଜାର ଟଙ୍କା ଜବତ ହୋଇଛି । ଗିରଫ ମାଫିଆ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିର ସେଖ୍ ଅସରଫ(୩୬), ସେଖ୍ ରହିମ୍(୨୫) ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଆମ୍ବପୁଆର ଚିତ୍ତରଞ୍ଜନ ଦଳାଇ(୨୫) । ଏମାନେ ଜଳେଶ୍ୱରରୁ ବ୍ରାଉନ୍ସୁଗର ଆଣି ରାଜଧାନୀରେ କାରବାର କରୁଥିଲେ ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପଳାଶୁଣି ଓଭରବ୍ରିଜ୍ ଉପରେ ୩ ଯୁବକ ଏକ ବାଇକ୍ ଧରି ଛିଡ଼ା ହୋଇଥିଲେ । ସେମାନେ ବ୍ରାଉନ୍ସୁଗର ବିକିବା ପାଇଁ ଖୁଚୁରା ବେପାରୀଙ୍କୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତସୂତ୍ରରୁ ଖବରପାଇ କୁ୍ୟଏଟି ଏୟାରପୋର୍ଟ ଥାନା ପୁଲିସ ସହ ସେଠାରେ ଚଢ଼ଉ କରିଥିଲା । ୩ ଯୁବକଙ୍କ ପକେଟ ଯାଞ୍ଚ କରିବା ସମୟରେ ସେମାନଙ୍କ ଠାରୁ ୫୨.୨୩ ଗ୍ରାମ ବ୍ରାଉନ୍ସୁଗର, ଏକ ବାଇକ୍(ଓଡି୦୧ୱାଇ-୮୧୯୬), ୩ ହଜାର ଟଙ୍କା ଓ ୩ଟି ମୋବାଇଲ ଫୋନ୍ ଜବତ ହୋଇଥିଲା । ଜେରାବେଳେ ଅସରଫ ଓ ରହିମ ଜଳେଶ୍ୱରରୁ ବ୍ରାଉନ୍ସୁଗର ବାଇକ୍ରେ ଆଣି ଚିତ୍ତରଞ୍ଜନଙ୍କ ସହାୟତାରେ ରାଜଧାନୀରେ ଛୋଟ ବେପାରୀଙ୍କୁ ଦୀର୍ଘ ଦିନ ଧରି ଯୋଗାଇ ଆସୁଥିଲେ । ପୁଲିସ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସେମାନେ ଯେଉଁ ଖୁଚୁରା ବେପାରୀଙ୍କୁ ଧଳା ଜହର ଯୋଗାଉଥିଲେ ସେମାନଙ୍କ ସଂପର୍କରେ ପୁଲିସ ସୂଚନା ପାଇଛି । ସେମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons