ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ମାତ୍ର ୧୦ଟି ଷ୍ଟେସନରେ ସିସିଟିଭି କ୍ୟାମେରା ଲାଗିଛି । ତାହା ପୁଣି କେବଳ ଷ୍ଟେସନର ସମ୍ମୁଖ ଭାଗରେ । ସିସିଟିଭି କ୍ୟାମେରା ନଥିବା ସ୍ଥାନରେ ଅପରାଧୀ ବେଶ ସୁରକ୍ଷିତ ମଣୁଛନ୍ତି । ତେଣୁ ରାଜ୍ୟର ସବୁ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି । ରେଳ ଓ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଡିଜିପିଙ୍କ କ୍ୟାମ୍ପ୍ ଅଫିସ୍ରେ ମଙ୍ଗଳବାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରତିଦିନ ଟ୍ରେନ୍ ଯାତ୍ରୀ ଲୁଟ୍ର ଶିକାର ହେଉଛନ୍ତି । ମହିଳା ଯାତ୍ରୀ ଅସଦାଚରଣର ଶିକାର ହେଉଛନ୍ତି । ଟ୍ରେନ୍ରେ ବ୍ରାଉନ୍ ସୁଗର, ସୁନା, ଗଞ୍ଜେଇ ଓ ଅନ୍ୟ ଜିନିଷ ଚୋରା ଚାଲାଣ ହେଉଛି । ବୁଲା ବିକାଳି ମାନେ ମଧ୍ୟ ଯାତ୍ରୀଙ୍କୁ ହଇରାଣ କରୁଛନ୍ତି । ଏସବୁର ନିରାକରଣ ଦିଗରେ ଡିଜିପି ବିଜୟ କୁମାର ଶର୍ମା ଜିଆରପି, ଆରପିଏଫ୍ ଓ ରେଲୱେର ବରିÂ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ସବୁ ଷ୍ଟେସନ୍ରେ ସିସି କ୍ୟାମେରା, ଲଗେଜ୍ ସ୍କାନର ଓ ଷ୍ଟେସନ୍ ଆଲୋକୀକରଣ ଉପରେ ଡିଜିପି ଗୁରୁତ୍ୱାରୋପ କରିବା ସହିତ ଖୁବ ଶୀଘ୍ର ସବୁ ଷ୍ଟେସନ୍ରେ ସିସି କ୍ୟାମେରା ଲଗାଇବା ପାଇଁ ଡିଜିପି ଶ୍ରୀ ଶର୍ମା ନିଦେ୍ର୍ଧଶ ଦେଇଛନ୍ତି । ସୁରକ୍ଷା କ୍ଷେତ୍ରରେ ସମନ୍ୱୟ ରଖି କାମ କରିବାକୁ ଡିଜିପି ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ । ତା’ଛଡା ମାଓପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ବାଂଲାଦେଶୀ ଆତଙ୍କବାଦ ଉପରେ ଡିଜିପି ଶ୍ରୀ ଶର୍ମୀ କହିଛନ୍ତି, ଆମ ପାଖକୁ ଯଦି କିଛି ଖବର ଆସିବ, ତେବେ ଓଡ଼ିଶା ପୁଲିସ୍ ବିହିତ କାର୍ଯ୍ୟାନୁÂାନ ନେବା ପାଇଁ ପ୍ରସ୍ତୁତ ଅଛି ।
ରେଳ ଓ ତଟୀୟ ସୁରକ୍ଷା ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ବୈଠକରେ ଯାତ୍ରୀ, ରେଳ ସମ୍ପତ୍ତି, ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଅପରାଧିକ କାର୍ଯ୍ୟକଳାପ ଓ ଆଇନ୍ ଶୃଙ୍ଖଳା ଉପରେ ମଧ୍ୟ ଆଲୋଚନା ହୋଇଛି । ତା’ଛଡା ସବୁ ରେଳ ଷ୍ଟେସ୍ନ୍ ଫାୟାର ସେପ୍ଟି ସାର୍ଟିଫିକେଟ୍ ନେବା ଉଚିତ । ଏ କଥା ରେଳ ବିଭାଗ ବରିÂ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ୍ରେ ଅଗ୍ନିଶମ ଅଧିକାରୀ ଯାଞ୍ଚ କରି ସାର୍ଟିଫିକେଟ୍ ଦେବେ । ଷ୍ଟେସନ୍ରେ ଅଚଳ ଲଗେଜ୍ ସ୍କାନର ମରାମତି ଓ ନୂଆ ଲାଗିବାକୁ ନିଷ୍ପତ୍ତି ହୋଇଛି । ତା’ଛଡା ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ଲାଗି ୫ଟି ରେଳଷ୍ଟେସନ୍ରେ ହାଇ ସିକୁ୍ୟରିଟି ବ୍ୟବସ୍ଥା କରାଯାଇଛି ।
ଡିଜିପି ଡ. ଶର୍ମାଙ୍କ ନେତୃତ୍ୱରେ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ ଅନୁÂିତ ଏହି ବୈଠକରେ କୋଲକାତାର ଆରପିଏଫ୍ ଆଇଜି ଏସ୍.ସିଇ ପରହି, ଭୁବନେଶ୍ୱର ଆରପିଏଫ୍ ଆଇଜି ରାଜାରାମ୍, ବିଳାସପୁର ସ୍ଥିତ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଆରପିଏଫ୍ ଆଇଜି ଆର.ଏସ୍ ଚୌହାନ୍ ଓ ପୂର୍ବତଟ ରେଳପଥର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ । ତା’ଛଡା ଗୁଇନ୍ଦା ବିଭାଗର ଓ ଆରପିଏଫ୍, ଜିଆରପିର ବରିÂ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସମସ୍ୟାର ତ୍ୱରିତ୍ ସମାଧାନ ଦିଗରେ ଆଲୋଚନା ହୋଇଥିଲା ।
Comments are closed, but trackbacks and pingbacks are open.