ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ

Get real time updates directly on you device, subscribe now.

କରଞ୍ଜିଆ, (ବି.ବି.ନୁ୍ୟଜ୍): ଶୁକୃଳି ବ୍ଲକ୍ ରରୁଅାଁ ଥାନା ଅନ୍ତର୍ଗତ କାଶିଆ ଛକ ନିକଟରେ ଆଜିଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଯାଇଥିବା ଜଣାଯାଇଛି । ଏକ ବାଇକ ଯୋଗେ କେନ୍ଦୁଝର ଜିଲ୍ଲାର ଶ୍ୟାମ ତିରିଆ ଓ ବ୍ରଜମୋହନ ସୟ କେନ୍ଦୁଝରରୁ ସିଙ୍ଗଡ଼ । ଛକ ଦେଇ ଶୁକୃଳି ଆଡ଼କୁ ଯାଉଥତ୍ବା ବଳେ କାଶିଆ ଛକ ନିକଟରେ ଏକ ଅଜଣା ବଲରୋ ସେମାନଙ୍କୁ ପଛପଟୁ ଧକ୍କା ମାରିବା ଫଳରେ ବ୍ରଜମୋହନ ଓ ଶ୍ୟାମ ବାଇକରୁ ଛିଟିକିପଡ଼ି ତଳେ ପଡ଼ଯାଇଥତ୍ଲେ । ଅଚାନକ ଶୁକୃଳି ପଟୁ ଆସୁଥିବା ପ୍ରଶାନ୍ତି ଏଣ୍ଡ ପ୍ରଶାନ୍ତି ନାମକ ଘରୋଇ ବସ ଏମାନଙ୍କ ଉପରକୁ ମାଡ଼ି ପଳାଇ ଆସିଥିଲା । ଘଟଣା ସ୍ଥଳରେ ଶ୍ୟାମଙ୍କର ମୃତୁୟ ହୋଇଯାଇଥିବା ବଳେ ଗୁରୁତର ଆହତ ହୋଇ ବ୍ରଜମୋହନ ସେଠାରେ ପଡ଼ିରହିଥି୍େଲ । ୧୦୮ ଆମ୍ବୁଲାନ୍ସ ଯୋଗେ ଦୁହିଁଙ୍କୁ କରିଆ ଡ଼ ।କ୍ତରଖାନାକୁ ଅଣାଯିବା ପରେ ବ୍ରଜମୋହନଙ୍କ ଚିକିତ୍ସା ଚାଲୁଥିବା ସମୟରେ ମୃତୁୟ ହୋଇଯାଇଥତ୍ଲା । ଦୁର୍ଘଟଣା ଘଟାଇଥିବା ବଲରୋ ଗାଡ଼ରି କୌଣସି ପତ୍ତା ମିଳିନଥିବା ବଳେ ବସର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ବସର ଖଲାସି ଉକ୍ତ ବସଟିକୁ ଚଳାଇଆଣି କରିଆ ଥାନାରେ ଆତ୍ମସମର୍ପଣ କରିଥିବା ଦେଖାଯାଇଛି । ସେହିପରି ଗତ ଶନିବାର ଦିନ ଯଶିପୁର ଥାନା ଅନ୍ତର୍ଗତ ଅଙ୍ଗାରପଦା ଠାରେ ଟାଟାରୁ ଆସୁଥିବା ଟାଟା କରିଆ ବସ ନମ୍ବର ଓଡ଼ି-୧୧-ଇ-୬୦୨୧ ଅଙ୍ଗାରପଦା ସ୍ଥିତ ଇଷ୍ଟର୍ଣ୍ଣ ହଚେରୀର କର୍ମଚାରୀ ଯଦୁ ସୋରେନଙ୍କ ଉପରେ ଚଢ଼ଯିବା ଯୋଗୁଁ ତାଙ୍କର ମୃତୁୟ ହୋଇଯାଇଥତ୍ଲା । ଏଥନେôଇ ଯଶିପୁର ଥାନାରେ ୧୦୨ ନଂ ଏତାଲା ରୁଜୁ ହୋଇ ତଦନ୍ତ ଚାଲିଥତ୍ବା ସମୟରେ ଦୁର୍ଘଟଣା ଘଟାଇବା ପରେ ଗାଡ଼ି ମାଲିକ ବସଟିକୁ ଆଣି କରିଆ ଥାନାରେ ରଖତ୍ଥତ୍ବା ଦେଖାଯାଇଛି । ଏହି ଘଟଣା ପରେ ପରେ ଅଙ୍ଗାରପଦା ଏବଂ ଯଶିପୁର ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି । ୨ ଟି ପୃଥକ୍ ସଡ଼କ ଦୁର୍ଘଟଣାରେ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କର ବେପରୁଆ ଗାଡ଼ି ଚାଳନା ଯୋଗୁଁ ୩ ଟି ନୀରିହ ଜୀବନ ଚାଲିଯାଇଥତ୍ବା ଯୋଗୁଁ ସେମାନଙ୍କର କ୍ଷତି ପୂରଣ ପାଇଁ ପରିବାରବର୍ଗ ଦାବି କରୁଛନ୍ତି । କେନ୍ଦ୍ର ସରକାର ମୋଟରଯାନ ଆଇନରେ ବ୍ୟାପକ ସଂଶୋଧନ କରି ମୋଟରସାଇକେଲ ଠାରୁ ଆରମ୍ଭ କରି ବଡ଼ଗାଡ଼ି ପର୍ଯନ୍ତ ମୋଟା ଅଙ୍କର ଜୋରିମାନା ଆଦାୟ କରିବା ପାଇଁ ନିର୍ଦ୍ଧଶେ ଦେଇଥତ୍ବା ବଳେ ଦୁର୍ଘଟଣା ଘଟାଇ ନୀରିହ ଜୀବନ ନେଉଥିବା ଗାଡ଼ି ମାଲିକ ଏବଂ ଡ୍ରାଇଭରଙ୍କ ଉପରେ ଦଣ୍ଡ ବିଧାନକୁ କଠୋର କରି ନଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons