ଜଗତସିଂହପୁର ଜିଲ୍ଲା ପରିଷଦରେ ଅନୁଷ୍ଠିତ ହେଲା ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

Get real time updates directly on you device, subscribe now.

{ ଜଗତସିଂହପୁର ଜିଲ୍ଲାରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ୧୨୦ ଚାରା ରୋପଣ କଲେ ଅଧିକାରୀଗଣ ଏବଂ ସ୍ୱୟଂସହାୟିକା ଗୋଷ୍ଠୀ ର ମା ମାନେ | କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କର ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ (“ପ୍ଲାଣ୍ଟ ଫର ମଦର”) ଅନ୍ତର୍ଗତ, ବୃକ୍ଷରୋପଣ ଅଭିଯାନ ଅବସରରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ପରିବେଶ ପାଇଁ ବୃକ୍ଷ ର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, କହିଥିଲେ, ” ଯେପରି ମା’ ଆମ ଜୀବନର ପ୍ରମୁଖ ଅଂଶବିଶେଷ ସେହିଭଳି ବୃକ୍ଷ ମଧ୍ୟ ଆମ ଜୀବନର ପ୍ରମୁଖ ଅଂଶ। ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ତିଷ୍ଠି ରହିବ , ଏଣୁ ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ।” ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ବହୁ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଯୋଡି ହୋଇ ଏହି ଅଭିଯାନକୁ ସଫଳ କରିବା ପାଇଁ ସେ ଅନୁରୋଧ କରିଥିଲେ। ଏହା ଏକ ସୁନ୍ଦର ଅଭିଯାନ ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ଜନାଦୃତ କରିବା ନିମନ୍ତେ ସମସ୍ତେ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଜିଲ୍ଲାପାଳ ଶ୍ରୀ ସୋନାଲ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଅତିରିକ୍ତ ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଅଭିମନ୍ୟୁ ପଣ୍ଡା ,ଜିଲ୍ଲା ପରିଷଦ କର୍ମକର୍ତ୍ତା, ବିଭିନ୍ନ ସ୍ଵୟଂସହାୟକ ଗୋଷ୍ଠୀର ମହିଳା କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ଚାରା ରୋପଣ କରିଥିଲେ। ସରକାରଙ୍କର “ମାଆ ପାଇଁ ଗଛ ଟିଏ” ବା ଏକ ପେଡ ମା କେ ନାମ” , ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ଆମେ ସଦା ସର୍ବଦା ଚେଷ୍ଟିତ ରହିବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟଯେ, ଆଜିର ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଯୋଜନାରେ ଜିଲ୍ଲା ପରିଷଦ ପରିସରରେ ୧୨୦ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି ଏବଂ ଏହାର ଯତ୍ନ ନେବାପାଇଁ ମଧ୍ୟ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରକାଶ ଥାଉକି ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ପେଡ ମା କେ ନାମ ( ମା ପାଇଁ ଗଛଟିଏ ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆହ୍ୱାନ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons