{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସ } :- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ବ୍ରହ୍ମପୁର ଗ୍ରାମର ବାବାଜୀ ସ୍ବାଇଁ ଙ୍କ ଏକମାତ୍ର ପୁଅ ବୁଲୁ ସ୍ୱାଇଁ ବ୍ରେନ୍ ଟ୍ୟୁମର ରେ ପିଡିତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ବୁଲୁ ଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ଘରର ସେ ଏକମାତ୍ର ରୋଜଗାରକ୍ଷମ ଅଟନ୍ତି। ଏବେ ସେ ବ୍ରେନ୍ ଟ୍ୟୁମର ରେ ପିଡିତ ଥିବାରୁ ଘର ଚଳାଇବା ସହିତ ନିଜେ ବଞ୍ଚିବା ଅସମ୍ଭବ ହୋଇପଡ଼ିଛି।ଏହା ସହିତ ଚିକିତ୍ସା ପାଇଁ ବେଳେ ବେଳେ ରକ୍ତ ମଧ୍ୟ ଆବଶ୍ୟକ ହୋଇ ପଡ଼ୁଛି। ଯାହା ମିଳିବା କଷ୍ଟକର ହୋଇପଡ଼ିଛି। ଚିକିତ୍ସା ପାଇଁ ଏବେ ଅର୍ଥ ବାଧକ ସାଜିଥିବା ବେଳେ ସରକାରୀ ସହାୟତା ଓ ସ୍ବେଛାସେବୀ ସଂଗଠନ ର ସହାୟତା ଲୋଡିଛନ୍ତି ବୁଲୁ। ପୂର୍ବରୁ ତାଙ୍କର ମେରୁଦଣ୍ଡ ରେ ଦୁଇଥର ଅସ୍ତ୍ରୋପଚାର ହୋଇଥିଲା। ଏବେ ଜୀବନ ସହିତ ସଂଗ୍ରାମ କରୁଥିବା ବୁଲୁ ଙ୍କ ପାଇଁ ସରକାରୀ ସହାୟତା ସହିତ ସ୍ବେଛାସେବୀ ସଂଗଠନ ର ସହାୟତା ପାଇଁ ସାଧାରଣ ରେ ଦାବି ହୋଇଛି।
Comments are closed, but trackbacks and pingbacks are open.