ଭାରତ:- ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଏୟାର ଇଣ୍ଡିଆକୁ କିଣିବାକୁ ଯାଉଛି ଟାଟା ଗ୍ରୁପ।ଏଥିନେଇ ଏକ ନିଲାମ ପକ୍ରିୟା ଚାଲିଥିବା ବେଳେ ସବୁଠୁ ଅଧିକ ଟଙ୍କାର ମୂଲ୍ୟ ଦେଇ ଟାଟା ଗ୍ରୁପ ନିଲାମ ଜିତିଥିବା ସୂଚନା ମିଳିଛି।ଏହି ନିଲାମ ରେ ଏଆର୍ ଇଣ୍ଡିଆକୁ କିଣିବାକୁ ଟାଟା ଗ୍ରୁପର ସ୍ପାଇସଜେଟର ଅଜୟ ସିଂ ନିଲାମ ଡାକିଥିଲେ।ତେବେ ଏହା ଦ୍ୱିତୀୟ ଥର ଯେ ସରକାର ଏୟାର ଇଣ୍ଡିଆରେ ନିଜର ଅଂଶକୁ ବିକ୍ରିକରିବାକୁ ଚେଷ୍ଟା କରୁଛନ୍ତି।
ଏଥି ପୂର୍ବରୁ ମଧ୍ୟ ୨୦୧୮ ମସିହାରେ ସରକାର ୭୬ ପ୍ରତିଶତ ଅଂଶ ବିକ୍ରି କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାଙ୍କୁ କୌଣସି ପ୍ରତିକ୍ରିୟା ମିଳିନଥିଲା।ତେବେ ୬୮ ବର୍ଷ ପୂର୍ବେ ଜେଆରଡି ଟାଟା ୧୯୩୨ ରେ ଟାଟା ଏୟାରଳାଇନ୍ସର ସ୍ଥାପନା କରିଥିଲେ।ଦ୍ୱିତୀୟ ବିଶ୍ଵ ଯୁଦ୍ଧ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହେବାପରେ ୨୯ ଜୁଲାଇ ୧୯୪୬ ରେ ଟାଟା ଏୟାରଳାଇନ୍ସର ନାମ ବଦଳାଇ ଏୟାର ଇଣ୍ଡିଆ ଲିମିଟେଡ଼ ରଖି ଦିଆଯାଇଥିଲା।
Comments are closed, but trackbacks and pingbacks are open.