{ ଜମନକିରାରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : ଜମନକିରା ବ୍ଲକ ଅନ୍ତର୍ଗତ ଜାମୁମାଲ୍ ଆଶ୍ରମ ବିଦ୍ୟାଳୟରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ବରିହା ଶୁଭାରମ୍ଭ କରିଥିଲେ । ଉଦଯାପନୀ ଉତ୍ସବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ବଡ଼ମାଳ ଗ୍ରା:ପ ର ସମିତି ସଭ୍ୟା ଶ୍ରୀମତୀ ଜେମାଦେଇ ମାଝୀ ମୁଖ୍ୟ ଅତିଥି , ସରେଇ କ୍ଳଷ୍ଟର ର ସି ଆର୍ ସି ସି ରମଣୀ ରଞ୍ଜନ କିସାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉନ୍ନୀତ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ଧାନ ଙ୍କ ତତ୍ତ୍ୱାବଧାନରେ କାର୍ଯକ୍ରମ ପରିଚାଳନା ହୋଇଥିବା ବେଳେ ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାଏକ , ସୁନିଲ କୁମାର ନାଗ , ତଥା ବିଦ୍ୟାଳୟର କର୍ମଚାରୀ ତପସ୍ଵିନୀ ମାଝୀ , ମହେଶ୍ୱର କାଲୋ , ରୋହିତ ନାଏକ , କୈଲାସିନୀ କାଲୋ , ରଇବାରି ମୁଣ୍ଡା ଙ୍କ ସହଯୋଗରେ ଖେଳ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ସରୋଜ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ ।
Comments are closed, but trackbacks and pingbacks are open.