ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ସାର ଓ କୀଟନାଶକ ପ୍ରୟୋଗ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଡ୍ରୋନ୍ ସହାୟତାରେ ଧାନ ଫସଲରେ ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କିତ ଏକ ପରୀକ୍ଷା ମୂଳକ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଖଇରଙ୍ଗ ପଞ୍ଚାୟତର ପୁରଣ ଓ ଓଡ଼ିଶାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓୟୁଏଟି ଓ କୃଷି ବିଜ୍ଞାନ କେନ୍ଦ୍ର ଜଗତସଂହପୁର ମିଳିତ ପ୍ରୟାସରେ ଡ୍ରୋନରେ ନାନୋ ୟୁରିଆ ଓ କୀଟନାଶକ ପ୍ରୟୋଗ କରାଯାଉଛି । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ଜୀବନଜିଟ ସେନ, କୃଷି ଯନ୍ତ୍ରପାତି ବୈଜ୍ଞାନିକ ଦ୍ବାରିକା ମୋହନ ଦାସ, ଫସଲ ସଂରକ୍ଷଣ ବୈଜ୍ଞାନିକ ଦେବାଶିଷ ପଣ୍ଡା ଓ ମୃର୍ତ୍ତିକା ବୈଜ୍ଞାନିକ ପ୍ରଦୀପ୍ତ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗହୀର ବିଲରେ ଡ୍ରୋନ୍‌ ଜରିଆରେ ସାର ଓ କୀଟନାଶକ ପ୍ରୟୋଗ କରାଯାଉଛି। ଖୁବ୍ କମ୍ ସମୟ ମଧ୍ୟରେ, ସ୍ବଳ୍ପ ପରିଶ୍ରମରେ ବ୍ୟାପକ ଭାବେ ଧାନ ଫସଲରେ ଏହି ସିଂଚନ କାର୍ଯ କରାଯାଇ ପାରୁଥିବାରୁ ଚାଷୀ ଭାଇ ମାନେ ଏଥିପ୍ରତି ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ସ୍କାଏ ଭେନ୍‌ କମ୍ପାନି ନିଜର ଡ୍ରୋନ୍ ଏଥିପାଇଁ ବ୍ୟବହାର କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ସନ୍ତୋଷ କୁମାର ନାୟକ ଉପସ୍ଥିତ ରହି ସରକାରୀ ରିହାତିରେ ଡ୍ରୋନ ଉପଲବ୍ଧ ଅଛି ଓ ଜିଲ୍ଲାର ଚାଷୀ ଭାଇ ମାନେ ଏହାର ସୁବିଧା ପାଇ ପାରିବେ ବୋଲି ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳର ଅଗ୍ରଣୀ ବ୍ୟକ୍ତି ଶ୍ରୀ ସୌମ୍ୟ ଦର୍ଶନ ରାୟ, ରମାକାନ୍ତ ସାମନ୍ତରାୟ, ପାର୍ଥ ସାରଥି ରାୟ, କୃଷକ ସାଥୀ ଚାନସ ଦାସ ପ୍ରମୁଖ ସହଯୋଗ କରିଥିଲେ । ଡ୍ରୋନ ପ୍ରକଳ୍ପର ମୁଖ୍ୟ ପ୍ରାବନ୍ଧକ ଡ଼ ଅମରେଶ ଖୁଣ୍ଟିଆ, ଯୁଗ୍ମ ନିର୍ଦ୍ଦେଶକ, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି ଏହି କାର୍ଯକ୍ରମଟିକୁ ପରିଚାଳନା କରୁଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons