{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ବିଭିନ୍ନ ଗ୍ରାମର ଚାଷୀଙ୍କ ଧାନ ବିକ୍ରି ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଗୋଶାଣୀ ବ୍ଳକ ର ଜଙ୍ଗଲପାଡୁ ଗ୍ରାମରେ ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କ ଧାନ ବିକ୍ରି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଆଙ୍କୁଡୁ, ଉତ୍ତରସେଲି, ଇଂଲିଶ ପେଣ୍ଠ,ଜଙ୍ଗଲପାଡୁ ଗ୍ରାମର ବିଭିନ୍ନ ସ୍ଥାନରେ ଚାଷୀମାନଙ୍କୁ ଏକତ୍ରିତ କରି 2024- 2025 ବର୍ଷ ସକାଶେ ଧାନ ମଣ୍ଡିରେ କିପରି ଭାବରେ ଧାନ କିଣାଯିବ।ଧାନର ଗୁଣବତ୍ତା କ୍ୟୁଣ୍ଟାଲ ପିଛା ପ୍ରକୃତ ମୂଲ୍ୟ 3100 ଟଙ୍କା ଆଦି ସମ୍ପର୍କରେ ସଚେତନତା କରାଯାଇଥିଲା। ଏଥିରେ ଜଙ୍ଗଲପାଡୁ ସେବା ସମବାୟ ସମିତିର ସମ୍ପାଦକ ବାବୁଲି ସାମଲ, ଡାଟା ଅପରେଟର ଚିନ୍ନା ଗୋଟିପାଲ୍ଲୀ, ଖଗେଶ୍ୱର ରାଓ ଓ ସହକାରୀ ଡାଟା ଓପରେଟର ରାଜେନ୍ଦ୍ର ପ୍ରସାଦ ପାତ୍ର ସଚେତନତା କରିଥିଲେ।
Comments are closed, but trackbacks and pingbacks are open.