ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ୟକ୍ରମରେ ପ୍ରୋଟେକ୍ସନ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍ (POCSO) ଆକ୍ଟ, ପୀଡ଼ିତ ପ୍ରତିକ୍ଷୁତି ବ୍ୟବସ୍ଥା ଓ ନାଲସାଙ୍କ 2018ରେ ନିର୍ଦ୍ଦିଷ୍ଟ ନାରୀ ପୀଡ଼ିତ/ବଞ୍ଚିଥିବାଙ୍କ ପାଇଁ ପ୍ରତିକ୍ଷୁତି ଯୋଜନା ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।ସଭାରେ ଶ୍ରୀ ବିମଳ ରାଉଲ, ସଚିବ, ଡି.ଏଲ୍.ଏସ୍.ଏ, ଗଜପତି ଅଧ୍ୟକ୍ଷତା କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ନିୟମକାନୁନ ଓ ଆଇନୀ ସଚେତନତାର ଗୁରୁତ୍ୱ ବିଷୟରେ ଉଦ୍ବୋଧନ କରିଥିଲେ।ଏହି ଅବସରରେ ଶ୍ରୀ ରାଜେଶ କୁମାର ମିଶ୍ର, public prosecutor, district court, ଗଜପତି; ଶ୍ରୀ ଆର୍. ବାବୁ ରାଓ, ବରିଷ୍ଟ ଆଇନ ଯିବି; ଶ୍ରୀ ଜି. ଚିତି ବାବୁ, ବରିଷ୍ଠ ଆଇନ ଯିବି, ପାରଳାଖେମୁଣ୍ଡି ବାର୍ ଅସୋସିଏସନ୍; ଶ୍ରୀ ଡି. ଅନୁପ କୁମାର, ସହାୟକ ଅଭିଯୋଗ ନିର୍ଦ୍ଦେଶକ; ଏବଂ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଧାନ ଶିକ୍ଷକ, ଏମ୍.ଏମ୍. ହାଇସ୍କୁଲ୍, ପାରଳାଖେମୁଣ୍ଡି ଉପସ୍ଥିତ ଥିଲେ। ସମସ୍ତେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଇନୀ ପ୍ରାସଙ୍ଗିକତା ବିଷୟରେ ଅବଗତ କରିଥିଲେ ଏବଂ ନିଜ ଅଧିକାର ସଚେତନ ହୋଇ ସମାଜକୁ ସୁରକ୍ଷିତ କରିବାକୁ ପ୍ରେରିତ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons