{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରୁ ସଡ଼କସୁରକ୍ଷା ସଚେତନତା ରାଲି ଅନୁଷ୍ଟିତ ହୋଇଯାଇଛି। ଏହି ରାଲିକୁ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାଶ ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ।ଏହି ସଚେତନତା ରାଲିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ବିଭିନ୍ନ ପ୍ଲାକେଟ ଧରି ସହର ପରିକ୍ରମା କରି ସଚେତନତା କରିଥିଲେ।ମୁଖ୍ୟତଃ ହେଲମେଟ ବ୍ୟବହାର କରିବା,ଦ୍ରୁତ ବେଗରେ ଗାଡ଼ି ନ ଚଳାଇବା, ଟ୍ରାଫିକ ନିୟମ ପାଳନ କରିବା, ସିଟ ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚଳାଇବା ନାହିଁ, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ନାହିଁ ଏହି ପରି ଅନେକ ସଚେତନତା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ ନିରୀକ୍ଷକ ତୁଷାର ହେମ୍ବ୍ରମ ସମେତ ବିଭାଗୀୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.