{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ଗୋଷ୍ଠୀ ଶିକ୍ଷା ଅଧିକାରୀ, ବାରିପଦା; ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସ୍ଵେଚ୍ଛାସେବୀ ଅନୁଷ୍ଟାନ ସାଧନାର ମିଳିତ ସହଯୋଗରେ “ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -୨୦୨୪ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ।ଅଭିଭାବକ ମାନଙ୍କ ନିଷ୍ଠାପର କର୍ତ୍ତବ୍ୟ ଉପରେ ପିଲାମାନଙ୍କର ଭବିଷ୍ୟତ ନିର୍ଭର କରିଥାଏ, ଏଣୁ ଅଭିଭାବକ ମାନେ ପିଲାମାନଙ୍କ ପ୍ରତି ନିରନ୍ତର ପ୍ରଚେଷ୍ଟା ଜାରିରଖିଲେ ପିଲାମାନଙ୍କର ଭବିଷ୍ୟତ ନିଶ୍ଚୟ ଉଜ୍ଜଳମୟ ହେବ । ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ସହାୟତା ଏହି ପିଲାମାନଙ୍କ ପାଇଁ ଯୋଗାଇ ଦିଆଯିବ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ । ସେ ମଧ୍ୟ ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତିକରି ଉପସ୍ଥିତ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ଏ ପିଲାମାନେ ସାଧାରଣ ପିଲାଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ପୁନମ ଜେନା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଆଇନ ସେବା ପାଇବାର ଅଧିକାର ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଭାରତୀୟ ନ୍ୟାୟବ୍ୟବସ୍ଥାରେ ଏଥିପାଇଁ ସୁବିଧା କରାଯାଇଅଛି। ଯେଉଁ ପରିବାରର ବାର୍ଷିକ ଆୟ ତିନିଲକ୍ଷ ଟଙ୍କାରୁ କମ ହୋଇଥିବା ତଥା ସମସ୍ତ ବର୍ଗର ଭିନ୍ନକ୍ଷମ ମାନେ ମାଗଣାରେ ଆଇନ ସହାୟତା ପାଇପାରିବେ । ସେଥିପାଇଁ ଦେୟ ମୁକ୍ତ ଫୋନ ନମ୍ବର ୧୫୧୦୦ ରେ ଯୋଗାଯୋଗ କରିପାରିବେ । ସାଧନାର ନିର୍ଦେଶକ ଶ୍ରୀ ରଞ୍ଜିତ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଏହି ଆନ୍ତର୍ଜାତୀୟ ଦିବସ ୧୯୯୨ ମସିହାରୁ ବିଶ୍ବସ୍ତରରେ ପାଳିତ ହୋଇ ଆସୁଅଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ବିବିଧତାକୁ ସାମାଜିକ ସ୍ତରରେ ଗ୍ରହଣୀୟ କରିବା ଏହି ଦିବସର ମୂଳ ଲକ୍ଷ ।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ପ୍ରଧାନ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଜାତୀୟ ଶିକ୍ଷାନୀତିରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରାଯାଇଅଛି । ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ସମଗ୍ର ଶିକ୍ଷା ମାଧ୍ୟମରେ ଭିନ୍ନକ୍ଷମ ପିଲାମାନଙ୍କୁ ଦିଆ ଯାଉଥିବା ସମସ୍ତ ସେବା ଗୁଡିକ ବିଷୟରେ ଜଣାଇଥିଲେ । ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ପଣି ଯୋଗ ଦେଇ ଭିନ୍ନକ୍ଷମ ଲୋକମାନଙ୍କ ସଫଳତାର ଅନୁଭୂତି ବର୍ଣନା କରିଥିଲେ ।କାର୍ଯ୍ୟକ୍ରମ ପୂର୍ବରୁ ଏକ ବିଶାଳ ରାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟ।ଳୟରୁ ବାହାରି ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲି ମାଧ୍ୟମରେ ବିଭିନ୍ନ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରଯାଇଥିଲା । ଉଜ୍ଜାପନି ଉତ୍ସବରେ ଜିଲ୍ଲା ଦୌରା ଜଜ ଓ ଅଧକ୍ଷ ଜିଲ୍ଲା ଆଇନିସେବା ପ୍ରାଧିକରଣ ଶ୍ରୀଯୁକ୍ତ ଅରବିନ୍ଦ ପଟ୍ଟନାୟକ ମହୋଦୟ ଯୋଗଦେଇ ପିଲାମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ବିଭିନ୍ନ ପ୍ରକାର ଉପକରଣ ବଣ୍ଟନ କରିଥିଲେ । ସେ କହିଥିଲେ ଯେ ଭିନ୍ନକ୍ଷମ ଅଧିକାର ଅଧିନିୟମ ଅନୁଯାଇ ପିଲାମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଅଛି । ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି, ଅଧିକାର ମିତ୍ରା ଜିଲ୍ଲା ଆଇନିସେବା ପ୍ରାଧିକରଣ, ବାରିପଦା ମଞ୍ଚ ପରିଚାଳନା କରିଥିଲେ ।ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ତପସ୍ଵିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଦିବସରେ ୨୫୦ ଜଣରୁ ଉର୍ଦ୍ଧ ଭିନ୍ନକ୍ଷମ ଛାତ୍ର ଛାତ୍ରୀ, ଅବିଭାବକ ଯୋଗଦେଇ ଥିଲେ । ପିଲାମାନଙ୍କ ମଧ୍ୟରେ ମିଉଜିକ ଚେୟାର, ବେଲୁନ ଫୁଟା, ହାଣ୍ଡିପିଟା, ଜିଲାପି ରେଶ ଇତ୍ୟାଦି ପ୍ରତିଯୋଗୀତା ମାନ ଆୟୋଜନ କରଯାଇଥିଲା । ପ୍ରତେକ ବିଭାଗରୁ ପ୍ରଥମ ତିନିଜଣ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରାଯିବା ସହିତ ଅନ୍ୟ ସମସ୍ତଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।୮୫ ଜଣ ଭିନ୍ନକ୍ଷମପିଲାଙ୍କୁ ୧୯୧ ପ୍ରକାରର ବିଭିନ୍ନ ଉପକରଣ ବଣ୍ଟନ କରଯାଇଥିଲା । ସେଗୁଡିକ ହେଲା ତିନି ଚକିଆ ଗାଡି, ମସ୍ତିସ୍କ ପକ୍ଷାଘାତ ପିଲାମାନକ ନିମନ୍ତେ ସ୍ଵତନ୍ତ୍ର ଚେୟାର, ଶ୍ରବଣ ବାଧିତ ପିଲାଙ୍କୁ ଶ୍ରବଣ ଯନ୍ତ୍ର , ରୋଲେଟର ଓ ଆଶାବାଡି ଇତ୍ୟାଦି । ଅଭିଭାଷଣକୁ ସାଧାନର କର୍ମୀ ମୋନାଲିସା ପାଣିଗ୍ରାହୀ ସାଙ୍କେତିକ ଭାଷାରେ ଶ୍ରବଣ ବାଧିତ ପିଲା ମାନଙ୍କୁ ବୁଝାଇଥିଲେ । ଗୋଷ୍ଠୀ ଶିକ୍ଷା କାର୍ଯ୍ୟ।ୟାଳୟର ସମସ୍ତ କର୍ମକର୍ତ୍ତା, ସମସ୍ତ ଆଞ୍ଚଳିକ ସାଧନ କର୍ମୀ, ସାଧନାର କର୍ମୀ, ବାରିପଦା ଉଚ ବିଦ୍ୟାଳୟ ରେଡକ୍ରସ ବିଭାଗର ସ୍ଵେଚ୍ଛାସେବିମାନେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ଗୋଷ୍ଠୀ ସାଧନ କର୍ମୀ ରେଖାରଣୀ ଦାସ ଓ ଦିଲ୍ଲୀପ କୁମାର ଦାସଙ୍କ ପ୍ରତେକ୍ଷ ତତ୍ଵାବଧାନରେ କାର୍ଯ୍ୟ ସମାପନ ହୋଇଥିଲା ।
Comments are closed, but trackbacks and pingbacks are open.