{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଥାନା କଳାମାଟି ଦୁର୍ଗା ମନ୍ଦିର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଧକ୍କାରେ ଗୋଟିଏ ବାଛୁରୀ ର ମୃତ୍ୟୁ ହୋଇଥିବା ବେଳେ ୨ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁଯାୟୀ , ୨ଜଣ ଯୁବକ ଏକ ବାଇକ ଯୋଗେ ଦୃତଗତିରେ ଆସୁଥିବା ବେଳେ ; କଳାମାଟି ଦୁର୍ଗା ମନ୍ଦିର ନିକଟ ୪୯ ନମ୍ବର ଜାତୀୟ ରାଜପଥ ରେ ସମ୍ମୁଖ କୁ ହଠାତ ଏକ ବାଛୁରୀ ଆସିଯିବାରୁ ଭାରସାମ୍ୟ ହରାଇ ବାଛୁରୀକୁ ଧକ୍କା ଦେଇଥିଲେ ।ଘଟଣା ସ୍ଥଳରେ ବାଛୁରୀଟି ମୃତ୍ୟୁ ବରଣ କରିଥିବା ବେଳେ ବାଇକ ଆରୋହୀ ଦ୍ବୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଗୁରୁତର ଆହତ ହୋଇଥିବା ବାଇକ ଆରୋହୀ ୨ ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ମାନେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ । ମାତ୍ର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ଉଭୟ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକଙ୍କ ସ୍ପଷ୍ଟ ପରିଚୟ ମିଳି ନ ଥିବା ବେଳେ ଦୁଇଜଣ ଯାକ ଦେବଗଡ଼ ଥାନା ବଲମ୍ ଅଞ୍ଚଳର ସୁରେନ୍ ସାହୁ ( ୨୪ ) ଓ ବିକାଶ ସାହୁ ବୋଲି କୁହା ଯାଉଛି । ଘଟଣାସ୍ଥଳରେ ଦେବଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇ ଥିବା ବାଇକ କୁ ଜବତ କରିଥିବା ଜଣା ପଡ଼ିଛି । ସ୍ଥାନୀୟ ସ୍ଵେଚ୍ଛାସେବୀ ମାନଙ୍କ ସହାୟତାରେ ଜେସିବି ଦ୍ଵାରା ଗାତ ଖୋଳି ବାଛୁରୀର ମୃତ ଦେହକୁ ପୋତି ଦିଆଯାଇଛି ।


Comments are closed, but trackbacks and pingbacks are open.