କ୍ଲଷ୍ଟର ସ୍ତରୀୟ MCM ମାସିକ ବୈଠକ ଓ FLN ମେଳା ଅନୁଷ୍ଠିତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତ ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କତଲକଇଠା କ୍ଳଷ୍ଟର ସ୍ତରୀୟ MCMର ମାସିକ କ୍ଳଷ୍ଟର ବୈଠକ ଓ FLN ମେଳା ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ସି ଆର ସି ସି ch ଗୌରୀ ଅଧ୍ୟକ୍ଷତା କରିଥିଲେ। Diet ପ୍ରଶିକ୍ଷିକା ସନ୍ଧ୍ୟାରାଣୀ ପରିଚାଳନା କରିଥିଲେ।ସମଗ୍ର କ୍ଳଷ୍ଟର FLNମେଳା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଗୋଶାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟି କିଶୋର କୁମାର, ସହକାରୀ ବ୍ଳକ ଶିକ୍ଷା ଅଧିକାରୀ ବିମଳ, କେରାଣ୍ଡି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ କରିଥିଲେ।କତଲକଇଠା ପଞ୍ଚାୟତ ଓ କେରାଣ୍ଡି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ FLNର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍ ରବି କୁମାର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ। ଦୁଇଟି ପଞ୍ଚାୟତର ସମସ୍ତ ବିଦ୍ୟାଳୟରୁ 2 ଟି କରି TLM ମେଳାକୁ ଆସିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons