{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ରିପୋର୍ଟ }-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତାଳପଡା ପଞ୍ଚାୟତ ରାହାମା ହାଟ ବଜାର ରେ ଥିବା ସାଇଲୋ କୃଷି ସେବା ସମବାୟ ସମିତି ରେ ବ୍ୟାପକ ଅନିୟମିତତା ନେଇ ପରିଚାଳନା ପରିଷଦ ର ସଭ୍ୟ ରବିନାରାୟଣ ସାହୂ ମୁଖ୍ୟ ମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଏହି ସମିତି ତାଳପଡା ଓ ସାଇଲୋ ପଞ୍ଚାୟତ କୁ ନେଇ ଗଠନ କରାଯାଇଛି।ଏହି ଦୁଇ ପଞ୍ଚାୟତ କୃଷକ ମାନଙ୍କ ଉନ୍ନତି ପାଇଁ ଏହି ସମିତି କାଯ୍ୟ କରିବା କଥା – କିନ୍ତୁ ବାସ୍ତବ କ୍ଷେତ୍ର ରେ ସମିତି ର ସମ୍ପାଦକ ନିଜ ବ୍ୟକ୍ତି ଗତ ସ୍ୱାର୍ଥ ପାଇଁ କାଯ୍ୟ କରୁଥିବା ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି।୨୦୨୫ ଖରିପ ଧାନ ସଂଗ୍ରହ ପାଇଁ କୃଷକମାନେ ସମିତି ରେ ନାମ ପଞ୍ଜିକରଣ କରିଥିଲେ ମଧ୍ୟ ମଣ୍ଡି ରେ ଧାନ ଦେଇ ପାରି ନଥିଲେ।କୃଷକ ମାନେ ସମିତି ର ସମ୍ପାଦକ ଙ୍କୁ ଅଭିଯୋଗ କରିବାରୁ ରାଇସ ମିଲ୍ଲ ରେ ସିଧା ଧାନ ଦେବାକୁ କହିଥିଲେ। କୃଷକ ମାନଙ୍କୁ ଏପରି କହିବା ପାଇଁ ସମ୍ପାଦକ ଙ୍କୁ ଅଧିକାର ଦେଲା କିଏ ? ସମ୍ପାଦକ ଙ୍କ ଏଜେଣ୍ଟ ସାଜି ଥିବା କ୍ରୟ କମିଟିର ଜଣେ ସଭ୍ୟ ପ୍ରତେକ କୃଷକ ମାନଙ୍କ ଠାରୁ 2000 ଟଙ୍କା ନେଇ ସିଧା ରାଇସି ମିଲ ରେ ଧାନ ଦେଉଥିଲେ।କଣ ପାଇଁ ଚାଷୀ ଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ? କୃଷକ ମାନେ ସମ୍ପାଦକ ଙ୍କୁ ପଚାରି ବାରୁ ସମ୍ପାଦକ ମିଲରେ ସିଧା ଧାନ ଦେବାପାଇଁ କିଛି ଅର୍ଥ ଉପରିସ୍ଥ ଅଧିକାରୀ ଙ୍କୁ ହାତ ଗୁଞ୍ଜା ଦେବାକୁ ପଡୁଛି ସେଥିପାଇଁ କୃଷକ ମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ବୋଲି ସମ୍ପାଦକ କହିଥିଲେ।ଆଦାୟ ଅର୍ଥ ରେ ସମ୍ପାଦକ ଓ ଅନ୍ୟ କେତେଜଣ ସଭ୍ୟ ଭୋଜି ଭାତ କରିଥିବା କୃଷକ ମାନେ ଅଭିଯୋଗ କରିଛନ୍ତି। ଏପରିକି ସରକାର କୁଇଣ୍ଟାଲ ପିଛା ତିନିଟଙ୍କା ମଣ୍ଡି ଖର୍ଚ୍ଚ ଦେଉଥିବା ବେଳେ ସମ୍ପାଦକ ମଣ୍ଡି ରେ ଥିବା କୃଷକ ମାନକ ପାଇଁ ଖର୍ଚ୍ଚ ନ କରି ନିଜେ ଉକ୍ତ ଅର୍ଥ କୁ ଆତ୍ମ ସାତ କରିଥିବା କୃଷକ ମନେ ଅଭିଯୋଗ କରିଛନ୍ତି।କୃଷକ ମାନଙ୍କୁ ଅଖା ପାଇଁ ପାଞ୍ଚ ଟଙ୍କା ସରକାରଙ୍କ ଠାରୁ ମିଳୁ ଥିବା ବେଳେ କୃଷକ ମାନଙ୍କୁ ଉକ୍ତ ଅର୍ଥ କୁ ନଦେଇ ସମ୍ପାଦକ ନିଜେ ପକେଟରେ ପୁରାଉ ଥିବା ଅଭିଯୋଗ ହେଉଛି।ଏପରିକି ବିଗତ ଦୁଇ ବର୍ଷ ହେବ ସମିତି ର ସାଧାରଣ ସଭା କରାଯାଇନାହିଁ କି ଚାରି ବର୍ଷ ହେବ ସମିତି ର ଆୟ ଵ୍ୟୟର ହିସାବ ହୋଇ ନାହିଁ।ଏଠାରେ ସମ୍ପାଦକ ନିଜେ ବାହାରୁ ଧାନସଂଗ୍ରହ କରି ରାଇସି ମିଲ କୁ ଉକ୍ତ ଧାନ ଦେଉଛନ୍ତି। ଯେଉଁ ଚାଷୀ ମାନଙ୍କ ଠାରୁ ଧାନ ଆଣିଛନ୍ତି ସେମାନଙ୍କୁ ସେମାନ ଙ୍କ ପ୍ରାପ୍ୟ ଅର୍ଥ ସମ୍ପାଦକ ଦେଉନାହାନ୍ତି।ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ସମ୍ପାଦକ ମହାଶୟ କିଛି ଦିନ ପାଇଁ ନପଙ୍ଗ ସମବାୟ ସମିତି ର ସମ୍ପାଦକ ଭାବେ କାଯ୍ୟ କରୁଥିଲେ। ସେଠାରେ ମଧ୍ୟ କୃଷକ ମାନଙ୍କୁ ମଧ୍ୟ ଶୋଷଣ କରିବାକୁ ଲାଗିଲେ ସେଥିପାଇଁ ସେଠାକାର କୃଷକ ମାନେ ଏହାର ପ୍ରତିବାଦ କରିବାରୁ ସେଠାରୁ ସମ୍ପାଦକ ମହାଶୟ ତଡା ଖାଇଲେ।ନପଙ୍ଗ ରେ ରହିବା ଭିତରେ ସେଠାକାର ଜଣେ ଯୁବତୀ ସହିତ ନିବିଡ଼ତା ରଖି ଥିଲେ ଫଳ ସ୍ୱରୂପ ସାଇଲୋ କୃଷି ସେବା ସମବାୟ ସମିତିରେ ବିନା ନୋଟିସିରେ ଉକ୍ତ ଯୁବତୀକୁ ନିଯୁକ୍ତି ପ୍ରଦାନ କରିଛନ୍ତି।ଏହା କିଭଳି ସମ୍ଭବ ସମିତିର ସାଧାରଣ ସଭାରେ ପାରିତ ନହୋଇ କିଭଳି ଉକ୍ତ ଯୁବତୀକୁ ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ଦେଲେ ଉକ୍ତ ଯୁବତୀ ଙ୍କ ସହିତ ସମ୍ପାଦକ ମହାଶୟ ଙ୍କ କିଗୁପ୍ତ ସମ୍ପର୍କ ତାହା ତଦନ୍ତ ସାପେକ୍ଷ।ତାଳପଡା ଓ ସାଇଲୋ ପଞ୍ଚାୟତ ରେ କଣ ଉପଯୁକ୍ତ ପାର୍ଥି ମିଳିଲେ ନାହିଁ ଶେଷରେ ପଣ୍ଡୁଆ ପଞ୍ଚାୟତର ପ୍ରାଥୀନି ଙ୍କୁ ସମ୍ପାଦକ ନିଯୁକ୍ତି ପ୍ରଦାନ କଲେ।ଉକ୍ତ ଯୁବତୀ ମାସକୁ କେତେ ଦରମା ପାଉଛନ୍ତି ସେହି ଅର୍ଥ ସାଇଲୋ ସମବାୟ ସମିତି ଦେଉଛି ନା ସମ୍ପାଦକ ନିଜ ପକେଟରୁ ଦେଉଛନ୍ତି।ଏସମ୍ପର୍କ ରେ ସମ୍ପାଦକ ଓ ସମିତିର ସଭାପତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ନହେବାରୁ ତାଙ୍କ ମତାମତ ମିଳି ପାରିନାହିଁ।ଏହିସବୁ ଦୁର୍ନୀତି ସମ୍ପାଦକ କରିଛନ୍ତି ନା ସଭାପତି ଙ୍କ ସହମତି ଏହା କରାଯାଇଛି କଥାରେ ଅଛି ରାଧେ ରାଧେ ତୋର ଅଧେ କୁ ମୋର ଅଧେ।ଏହି ସବୁ ଅଭିଯୋଗ କୁ ନେଇ କୃଷକ ମାନେ ଓଡିଶା ର ମୁଖ୍ୟମନ୍ତ୍ରୀ,ସମବାୟ ମନ୍ତ୍ରୀ,ଜିଲ୍ଲାପାଳ ଜଗତସିଂହପୁର, ବ୍ରାଞ୍ଚ ମ୍ୟାନେଜର କଟକ,ଡି ଆର ଜଗତସିଂହପୁର,କୁଜଙ୍ଗ ବି ଡି ଓ଼ ବ୍ୟାଙ୍କ ମ୍ୟାନେଜର କୁଜଙ୍ଗ ଙ୍କ ନିକଟ ରେ ସମବାୟ ସମିତି ପରିଚାଳନା କମିଟି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ,ଶରତ ଦାସ,ପ୍ରମୋଦ ସାହୁ,ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ପୁର୍ଣ ଚନ୍ଦ୍ର ସାହୂ ଓ ଅନ୍ୟ କୃଷକ ମାନେ ଅଭିଯୋଗ କରିଛନ୍ତି।ଦେଖି ବାକୁ ବାକି ରହିଲା ଦେଶ ର ମେରୁଦଣ୍ଡ କୃଷ ମାନଙ୍କ ଉପରେ ହେଉଥିବା ଏଭଳି ଦୁର୍ନୀତି ଉପରେ ଅଧିକାରୀ ମାନେ କିପ୍ରକାର ପଦକ୍ଷେପ ନେଉଛନ୍ତି।


Comments are closed, but trackbacks and pingbacks are open.