{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ବରେ ସଂବିଧାନ ଦିବସ ଅତ୍ୟନ୍ତ ଗରିମାର ସହ ପାଳିତ ହୋଇଯାଇଛି । ଭାରତର ସଂବିଧାନକୁ ସମାପ୍ତ କରିବା ପାଇଁ 2 ବର୍ଷ 11 ମାସ ଓ 18 ଦିନ ସମୟ ଲାଗିଥିବା ସହ ଏହା ବିଶ୍ବର ବୃହତ୍ତମ ସଂବିଧାନ ଭାବେ ଡ଼ ଅମ୍ବେଦକରଙ୍କ ଦ୍ବାରା ଲେଖାଯାଇଥିବା କଥା ଉଲ୍ଲେଖ କରିଥିଲେ ଡ଼ ରୀନା ସାହୁ । ସେହିଭଳି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ମଧ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ ସଂବିଧାନ ହେଉଛି ଗୋଟିଏ ଦେଶର ଆତ୍ମା ଓ ଏହା ବିନା ତାହାକୁ ସାର୍ବଭୌମ ରାଷ୍ଟ୍ର କୁହାଯାଇପାରିବ ନାହିଁ। ଜାତି, ଧର୍ମ, ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ଆମେ ସବୁ ଏକ । ଏହି ପରୀପ୍ରେକ୍ଷୀରେ ମହାବିଦ୍ୟାଳୟରେ ସଂବିଧାନ ଦିବସ ଉପଲକ୍ଷେ ବକ୍ତୃତା, ପ୍ରବନ୍ଧ ତଥା ଡ୍ରଇଂ ପ୍ରତିଯୋଗିତା ସବୁ ଆୟୋଜନ କରାଯାଇଥିଲା। ଯେଉଁଥିରେ କି ପି. ଅଶ୍ବିନୀ, ମଧୁସ୍ମିତା ପ୍ରଧାନ, ଚାନ୍ଦିନୀ ବେହେରା, ରାଧିକା, ଜୟଲକ୍ଷ୍ମୀ, ବିଶ୍ବଜିତା ମଲ୍ଲିକ୍, ମନିଷା କାର୍ଯୀ, ଲକ୍ଷ୍ମୀପ୍ରିୟା ବେହେରା, ଲକ୍ଷ୍ମୀ ରଇତ, ସୌମ୍ୟା ଲିମା, ପ୍ରଭୃତି କୃତି ଛାତ୍ରୀଙ୍କୁ ଅଧ୍ୟକ୍ଷା ପୁରସ୍କୃତ କରିଥିଲେ । ଶେଷରେ ଡ଼ ପାଣିଗ୍ରାହୀ ଧନ୍ୟବାଦ୍ ପ୍ରଦାନ କରିବା ପରେ ଅଧ୍ୟକ୍ଷାଙ୍କ ଦ୍ବାରା ସଭା ସାଙ୍ଗ କରାଯାଇଥିଲା ।
Comments are closed, but trackbacks and pingbacks are open.