{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆର ଏସ୍ ଇ ଟି ଆଇ ର କନଫେରେନ୍ସ ହଲ ଠାରେ ଜିଲ୍ଲା ସ୍ତରୀୟ 21 ତମ ପ୍ରାଣୀ ସମ୍ପଦ ଗଣନା 2024 ଗଜପତି ଜିଲ୍ଲାର ସମସ୍ତ ଗଣନାକାରୀ ଓ ତଦାରଖକାରୀ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଭାରତ ସରକାରଙ୍କ ଦ୍ଵାରା 21 ତମ ପଶୁପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଡାକ୍ତର ତୁଷାର ରଞ୍ଜନ ସାହୁ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଡାକ୍ତର ଗିରିଶ କୁମାର ମହାନ୍ତି, ପ୍ରାଧ୍ୟାପକ ସ୍କୁଲ ଅଫ ଭେଟେନେରୀ ଓ ଆନିମଲ ସାଇନ୍ସ (CUTM) ଗୋ ମଙ୍ଗଳ ସମିତିର ସଭାପତି ହୃଷିକେଶ ଗୌଡ଼ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନେ ଗଣନା କାରୀ ଓ ତଦାରଖ କାରୀଙ୍କୁ କିପରି ସଠିକ ଓ ନିର୍ଭୁଲ ଭାବରେ ପଶୁପକ୍ଷୀ ଗଣନା କରିବେ ସେ ସମ୍ପର୍କରେ ବୁଝାଇଥିଲେ। ଡାକ୍ତର ରମା କାନ୍ତ ରାଣା,ଉପଖଣ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ନୋଡାଲ ଅଧିକାରୀ ଓ ଗଜପତି ଜିଲ୍ଲାର ସମସ୍ତ ଗଣନା କାରୀ ଓ ତଦାରଖକାରୀ ମାନଙ୍କୁ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ମୋବାଇଲ ଆଫ ଓ ଡ଼ାସ୍ ବୋର୍ଡ ମାଧ୍ୟମରେ ସଠିକ ଓ ନିର୍ଭୁଲ ପ୍ରାଣୀ ଗଣନା ତଥ୍ୟ ସଂଗ୍ରହ କରିବା ତଥା ଜିଲ୍ଲା ସ୍ତରକୁ ପଠାଇବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ରାୟଗଡ ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡାକ୍ତର ଲିମା ମହାନ୍ତି ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଡାକ୍ତର ବିଦ୍ୟୁତ ଶେଖର ମିଶ୍ର ଉପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।ADVO ନାରାୟଣ ମହାପାତ୍ର , ଡାକ୍ତର ଶ୍ରୀକାନ୍ତ ଖଟୁଆ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭଙ୍କର ସେଠୀ ତଥା ପ୍ରାଣୀ ଚିକିତ୍ସା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
Comments are closed, but trackbacks and pingbacks are open.