ଜିଲ୍ଲାସ୍ତରୀୟ ଡ଼ିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କର୍ମଶାଳା

Get real time updates directly on you device, subscribe now.

{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : କେନ୍ଦ୍ର ଓ ରଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଡ଼ିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମର ଜଗତସିଂହପୁର ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଯୋଗଦେଇ କହିଲେ ସର୍ବେକ୍ଷଣକାରି ପ୍ରତ୍ୟେକ ପ୍ଲଟ କୁ ଯାଇ ସର୍ବେକ୍ଷଣ କରିବାର ଆବଶ୍ୟକତା ରହିଛି, ଯେପରି କୌଣସି ପ୍ଲଟ ଛାଡି ନଯାଆନ୍ତି ସେଥି ପ୍ରତି ଦୃଷ୍ଟି ଦେବେ। ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଅଧ୍ୟକ୍ଷତା କରି ଉତ୍ତମ ସର୍ବେକ୍ଷଣ ଓ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାରେ ସୁଦୃଢ ଡାଟାବେସ ହେବା ଦ୍ୱାରା ଶସ୍ୟ ବିବିଧିକରଣ, ପି ଏମ କିଷାନ, କୃଷି ତ୍ରୁଟି ସଂଶୋଧନ, ଏମ ଏସ ପି, ଜଳସେଚନ ଆଦି କାର୍ଯ୍ୟରେ ସହାୟକ ହୋଇପାରିବ। ଏହି କାର୍ଯ୍ୟ ର ପ୍ରତ୍ୟେକ ଦିନ ସମୀକ୍ଷା ର ଆବଶ୍ୟକତା ରହିଛି।ଅନ୍ୟତମ ସମ୍ମାନିତ ଅତିଥି ତଥା ନୋଡାଲ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ରାଉତ ଯୋଗଦେଇ ପ୍ରତ୍ୟେକ ଷ୍ଟେକ ହୋଲଡର ନିଜ କାମ ସୁଚାରୁ ରୂପେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।ଏହି କର୍ମଶାଳା ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରବିନାରାୟଣ ଜେଠୀ , ଅତିରିକ୍ତ ଉପ ଜିଲ୍ଲାପାଳ ବିଭୁଧ ଗଡ଼ନାୟକ, ଉପନିର୍ଦେଶକ ଯୋଜନା ଓ ପରିସଂଖ୍ୟାନ ସବିତା ସାହୁ, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଭିମନ୍ୟୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପୂ୍ର୍ନେନ୍ଦୁ ଶେଖର ଆଚାର୍ଯ୍ୟ ସଭା ପରିଚାଳନା କରିବା ସହ ଡିଜିଟାଲ ଶସ୍ୟ ସର୍ବେକ୍ଷଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଚାଷୀଙ୍କ ହିତରେ ସ୍ଥାନୀୟ ସର୍ବେକ୍ଷଣକାରୀମାନଙ୍କ ଦ୍ବାରା ମୋବାଇଲ୍ ଆପ୍ ଜରିଆରେ ଫସଲର କ୍ଷେତ୍ର ସ୍ତରୀୟ ପ୍ରକୃତ ଓ ସଠିକ୍ ତଥ୍ୟ ସଂଗ୍ରହ କରାଯିବା ନେଇ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ, କାର୍ଯ୍ୟାନ୍ବୟନ ପ୍ରଣାଳୀ, ସଠିକ ଉପଯୋଗ ପାଇଁ କୃଷକ, ସର୍ବେକ୍ଷଣକାରୀ, ସଂପୃକ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗର ଆବଶ୍ୟକତା ସମ୍ବନ୍ଧରେ ଅତିଥିମାନେ ଆଲୋକପାତ କରିଥିଲେ । ଜଗତସିଂହପୁର ଜିଲ୍ଲାରେ ଏହାର ଶୁଭାରମ୍ଭ ଅଗଷ୍ଟ 16 ରୁ ଆରମ୍ଭ ହୋଇ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ସର୍ବେକ୍ଷଣ କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ସୂଚନା ପ୍ରଦାନ କରାଯାଇଛି । ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଜିଲ୍ଲାରେ ସର୍ବମୋଟ 739776 କୃଷି ଭିତ୍ତିକ ଓ ଅଣକୃଷି ଭିଭିକ ପ୍ଲଟରେ ସର୍ବେକ୍ଷଣ କରାଯିବ ଓ ଏଥ‌ିପାଇଁ ଅଦ୍ୟାବଧି 600 ଜଣ ସର୍ବେକ୍ଷଣକାରୀଙ୍କୁ ଚୟନ କରାଯାଇ ୱେବ୍‌ ପୋର୍ଟାଲରେ ପଞ୍ଜିକୃତ କରାଯାଇଛି । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚଳିତ ଖରିଫ-୨୦୨୪ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ କରିବାକୁ ଯାଉଥିବା ଏହି କାର୍ଯକ୍ରମରେ ପ୍ରତିଟି ଚାଷ ଜମି ଯାହା ପ୍ରମାଣିତ ସତ୍ୟ ଭିତ୍ତିକ, ସେହି ପ୍ଲଟ୍‌ର ପରିସୀମା ମଧ୍ୟରେ ଥିବା ଶସ୍ୟ ସଂପର୍କିତ ସୂଚନା ପଞ୍ଜିକା ପ୍ରସ୍ତୁତ ହେବାକୁ ଯାଉଛି । ଯାହାକି ସତ୍ୟତଥ୍ୟ ଆଧାର ଭାବରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ ପରିସଂଖ୍ୟାନ, ବ୍ୟାଙ୍କ, ବୀମା କମ୍ପାନୀ ଆଦି ବିଭାଗ ଦ୍ଵାରା ବ୍ୟବହୃତ ହୋଇପାରିବ । ଆଗାମୀ ବର୍ଷମାନଙ୍କରେ ଏହା ସମୟାନୁମୋଦିତ ଫସଲ କ୍ଷେତ୍ର ଆକଳନ, ଋଣ ପ୍ରଦାନରେ ସରଳୀକରଣ, ଫସଲ ବୀମା, ଫସଲ ବିବିଧିକରଣ, ବିପଣନ କେନ୍ଦ୍ର ସ୍ଥାପନ, କୃଷି ଯୋଜନାରେ ତଦାରଖ ତଥା କୃଷି ଆବଶ୍ୟକତା ଅନୁଯାୟୀ ବ୍ୟାକ୍ତିଗତ ପରାମର୍ଶ ପ୍ରଦାନ ଆଦି କ୍ଷେତ୍ରରେ ଏହା ବିଶେଷ ଭାବେ ଉପଯୋଗୀ ହେବ । ଏହି ସର୍ବେକ୍ଷଣ ଚାଷୀମାନଙ୍କ ହିତରେ ଥିବାରୁ ସେମାନେ ସଠିକ୍ ତଥ୍ୟ ଦେଇ ଏଥରେ ସହଯୋଗ କରିବାକୁ ସମସ୍ତ ଅତିଥୁ ଅନୁରୋଧ କରିଥିଲେ । କୃଷକ, ଜନପ୍ରତିନିଧି , ଜିଲ୍ଲାସ୍ତରୀୟ ସଂପୃକ୍ତ ବିଭାଗୀୟ ଅଧିକାରୀ ଆଦି ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons