{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ବାରିପଦା ଠାରେ ଜିଲା ସ୍ତରୀୟ ମାଣ୍ଡିଆ ଦିବସ ,ଶ୍ରୀ ଅର୍ଣ୍ଣ ଅଭିଯାନ ମାଣ୍ଡିଆ ଦିବସ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ସରକାର ନଭେମ୍ବର 10 ତାରିଖକୁ ମାଣ୍ଡିଆ ଦିବସ ରୂପେ ଘଶନା କରିଛନ୍ତି ,ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ ଖାଦ୍ୟ ମେଳା ର ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସରେନ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇ କାର୍ଯ୍ୟ କ୍ରମ ର ସଭା ବର୍ଦ୍ଧନ କରି ଥିଲେ, ପ୍ରାରମ୍ଭରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ବେହୁରା ମାଣ୍ଡିଆ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ, ମୟୁରଭଞ୍ଜ ଜିଲ୍ଲାର ମାଣ୍ଡିଆ ଚାଷୀ ମାନେ ରାଜ୍ୟ ଏବଂ ଅନ୍ତର ଜାତୀୟ ସ୍ତରର ରେ ଅଗ୍ରଣୀ ଚାଷୀ ହିସାବରେ ବିଭିନ୍ନ ମଞ୍ଚରେ ପୁରସ୍କୃତ ହେଉଛନ୍ତି। ଚାଷୀ ମାନଙ୍କ ପାଖରେ ପଡିଆ ପଡ଼ିଥିବା ଉଚ୍ଚ ଢିପ ଜମିରେ ମିଲେଟ ଚାଷ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଦିବସ ପାଳନ ଉପଲକ୍ଷେ ମଣ୍ଡିଆରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଓ ଶ୍ରୀ ଅର୍ନ ଶସ୍ୟ ପ୍ରଦର୍ଶନୀ ର ଆୟଜନ କରା ଯାଇଥିଲା ପରେ ଅତିଥି ମାନେ ଜିଲ୍ଲା ସ୍ତରୀୟ ଖାଦ୍ୟ ମେଳା ଓ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମ ରେ କୃଷି ଉପ ନିର୍ଦ୍ଦେଶିକା ମଧୁସ୍ମିତା ଜେନା ସଭା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ |
Comments are closed, but trackbacks and pingbacks are open.